ରାଜଭବନ ରାସ୍ତାରେ ଟ୍ରାଫିକ କଟକଣା

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଭବନ ପଟ୍ରୋଲ ପମ୍ପ ପାଖର ରାସ୍ତାରେ ଯାତାୟାତ ଉପରେ  କଟକଣା ଜାରି କରିଛି କମିଶନରେଟ ପୁଲିସ। ସୁରକ୍ଷା କାରଣରୁ ପୁଲିସ କଟକଣା ଜାରି କରିଛି। ସ୍ଥାନ ସୁରକ୍ଷିତ ନହେବା ଯାଏ କଟକଣା ଜାରି ରହିବ। ଆପରାହ୍ଣ ୨ଟା ଯାଏ ଅପରେଶନ ଶେଷ ହେବାନେଇ ଆଶା କରାଯାଉଛି। ଏଲପିଜି ଗ୍ୟାସ ଟ୍ୟାଙ୍କରରୁ ଗ୍ୟାସ କଢାଯିବା କାର୍ଯ୍ୟ ଶେଷ ହୋଇଛି ଏବଂ ପେଟ୍ରୋଲ, ଡିଜେଲ ବାହାର କରାଯାଉଥିବା ଜଣାପଡିଛି।