୩୧୪୪ କରୋନା ଆକ୍ରାନ୍ତ ଚିହ୍ନଟ, ୧୬ ମୃତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଜି ପୁଣି ୩୧୪୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୮୨୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୧୩୧୯ଜଣ ସ୍ଥାନୀୟ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୨୪୪୧୪୨କୁ ବୃଦ୍ଧି ପାଇଛି।

ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନୁଗୁଳ ଜିଲ୍ଲାରୁ ୧୨୮, ବାଲେଶ୍ୱରରୁ ୭୨, ବରଗଡରୁ ୯୪, ଭଦ୍ରକରୁ ୧୦୧, ବଲାଙ୍ଗିରରୁ ୮୬, ବୌଦ୍ଧରୁ ଜଣେ, କଟକରୁ ୨୪୩, ଦେବଗଡରୁ ୨୪, ଢେଙ୍କାନାଳରୁ ୭୩, ଗଜପତିରୁ ୯, ଗଞ୍ଜାମରୁ ୩୮, କଳାହାଣ୍ଡିରୁ ୧୨୪, କନ୍ଧମାଳରୁ ୧୧୬, କେନ୍ଦ୍ରାପଡାରୁ ୮୨, କେନ୍ଦୁଝରରୁ ୬୩, ଖୋର୍ଦ୍ଧାରୁ ୫୬୨, କୋରାପୁଟରୁ ୩୭, ମାଲକାନଗିରିରୁ ୨୮, ମୟୂରଭଞ୍ଜରୁ ୧୧୫, ନବରଙ୍ଗପୁରରୁ ୧୦୭, ନୟାଗଡରୁ ୫୮, ନୂଆପଡାରୁ ୧୧୪, ପୁରୀରୁ ୧୨୨, ରାୟଗଡାରୁ ୨୯, ସମ୍ବଲପୁରରୁ ୧୩୬, ସୋନପୁରରୁ ୮୬, ସୁନ୍ଦରଗଡରୁ ୧୦୫, ଷ୍ଟେଟପୋଲରୁ ୧୩୦ଜଣ ଚିହ୍ନଟ ହୋଇଛନ୍ତି ।

ଅନ୍ୟପକ୍ଷରେ ୨୪ ଘଣ୍ଟା ମଧ୍ୟରେ ୧୬ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୭୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।