କରୋନାରେ ଆକ୍ରାନ୍ତ ହୋଇ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନାରେ ଆକ୍ରାନ୍ତ ହୋଇ ଆଜି ବିରୋଧୀ ଦଳ ଉପ ନେତା ବିଷ୍ଣୁ ଚରଣ ସେଠୀଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କିଛି ଦିନ ହେବ ଅସୁସ୍ଥତା ଅନୁଭବ କରୁଥିଲେ। ପରେ କୋଭିଡ ଟେଷ୍ଟ କରାଇବା ପରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସାମାନ୍ୟ ସଙ୍କଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ ଆଜି ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ତା ସ୍ଥିର ଥିବା ଏମ୍ସ ଅଧୀକ୍ଷକ ସୂଚନା ଦେଇଛନ୍ତି। ଏହା ସହିତ ଉପନେତା ବିଷ୍ଣୁ ସେଠୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଭାବରେ ଏକ ଡାକ୍ତରୀ ଦଳ ଗଠନ କରାଯାଇ ତାଙ୍କ ଚିକିତ୍ସା ଜାରି ରହିଛି ବୋଲି ଏମ୍ସ ଅଧୀକ୍ଷକ ଡା ସଚିଦାନନ୍ଦ ସୂଚନା ଦେଇଛନ୍ତି।