Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କର୍ଣ୍ଣାଟକ କଂଗ୍ରେସ ନେତା ଏବଂ ଅନ୍ୟମାନଙ୍କ ଘରେ ଆୟକର ଚଢ଼ାଉ, ନଗଦ ୫ କୋଟି ଟଙ୍କା ଜବତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କର୍ଣ୍ଣାଟକ କଂଗ୍ରେସ ନେତା ଏବଂ ଅନ୍ୟମାନଙ୍କ ଘରେ ଆୟକର ଚଢ଼ାଉ, ନଗଦ ୫ କୋଟି ଟଙ୍କା ଜବତ

ବେଙ୍ଗାଲୁରୁ,ଏଜେନ୍ସି: କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର ଏବଂ ଅନ୍ୟମାନଙ୍କ ଘରେ ଆୟକର ବିଭାଗ ଚଢ଼ଉ କରିଥିବାବେଳେ ନଗଦ ୫କୋଟି ଟଙ୍କା ଜବତ ହୋଇଥିବା ଜଣାଯାଇଛି।

ସୂଚନା ଅନୁଯାୟୀ ଗୁରୁବାର ସକାଳେ ଆରମ୍ଭ ହୋଇଥିବା ଏହି ଚଢ଼ଉ ପ୍ରାୟ ୨୫ଟି ସ୍ଥାନରେ ଚାଲିଥିବା କଥା ଆୟକର ବିଭାଗ କର୍ମଚାରୀମାନେ କହିଛନ୍ତି। ବିଭିନ୍ନ ସ୍ଥାନରୁ ପ୍ରାୟ ୫କୋଟି ନଗଦ ଟଙ୍କା ଜବତ ହୋଇଥିବା ସେମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ ୩୦୦ରୁ ଅଧିକ ଆୟକର ଗୁଇନ୍ଦା ସାମିଲ ହୋଇଛନ୍ତି। ଚଢ଼ଉ କରାଯାଉଥିବା ସ୍ଥାନଗୁଡ଼ିକରେ ୨ଜଣ ପ୍ରମୁଖ କଂଗ୍ରେସ ନେତାଙ୍କ ସମ୍ପୃକ୍ତି ରହିଛି। ସେମାନେ ହେଉଛନ୍ତି କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ସାଂସଦ ଆରଏଲ୍‌ ଜାଲପ୍ପାଙ୍କ ପୁଅ ଜେ ରାଜେନ୍ଦ୍ର।

ଏନ୍‌ଇଇଟି ପରୀକ୍ଷା ସହ ସମ୍ପୃକ୍ତ ବହୁ କୋଟିର ଟିକସ ଅର୍ଥ ଫାଙ୍କି ସହ ଏହି ଚଢ଼ାଉର ସଂଯୋଗ ରହିଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।
ଅଫିସ୍‌ରେ ଚଢ଼ାଉ କରିବା ଛଡ଼ା, ପରମେଶ୍ୱରଙ୍କର ବାସଭବନ ଓ ପ୍ରତିଷ୍ଠାନଗୁଡ଼ିକ ଉପରେ ଚଢ଼ାଉ କରାଯାଉଛି। ତାଙ୍କ ଭାଇ ଜି ଶିବପ୍ରସାଦ ଏବଂ ବ୍ୟକ୍ତିଗତ ସହଯୋଗୀ ରମେଶଙ୍କ ଘରେ ମଧ୍ୟ ଚଢ଼ାଉ ଚାଲିଛି ବୋଲି ଆୟକର ବିଭାଗ କହିଛି।