ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ଯୁବ ଅଭିନେତାଙ୍କୁ ରାହୁଲ ରୋୟଙ୍କ ଖାସ୍ ପରାମର୍ଶ

ମୁମ୍ବାଇ: ଆଶିକି ଫିଲ୍ମ ଷ୍ଟାର ରାହୁଲ ରୋୟ ଏବେ ବ୍ରେନ ଷ୍ଟ୍ରୋକରୁ ସୁସ୍ଥ ହେଉଛନ୍ତି।  ଆଜିକାଲି ରାହୁଲ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରହିବା ସହ ତାଙ୍କ ଫ୍ୟାନଙ୍କୁ ଲଗାତାର ଭାବେ ହେଲଥ ଅପଡେଟ ଦେଉଛନ୍ତି। ଅଭିନେତା ଜଣକ ନିକଟରେ ଏକ ଇଣ୍ଟରଭ୍ୟୁରେ କମ୍ ବୟସରେ ମୃତ୍ୟୁ କବଳରୁ ବର୍ତ୍ତିବାକୁ ନେଇ ଏକ ଖାସ୍ ପରାମର୍ଶ ଦେଇଛନ୍ତି। ନିକଟରେ ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ଏହି ପରିପ୍ରେକ୍ଷୀରେ ରହୁଲ ଯୁବା ଅଭିନେତାଙ୍କ ସହ ନିଜ ଅନୁଭବ ବ୍ୟକ୍ତ କରିଛନ୍ତି।

ରାହୁଲ କହିଛନ୍ତି ଯେ, ମୋତେ ବ୍ରେନ ଷ୍ଟ୍ରୋକ ହୋଇଥିଲା। ମୁଁ ଡାକ୍ତରଙ୍କ ଦେଖାଶୁଣାରେ ଖୁବ୍ ଔଷଧ ସେବନ କରୁଥିଲି। କିନ୍ତୁ ଏହି ଘଟଣା ପରେ ମୁଁ ବହୁତ କିଛି ଶିଖିଛି। ଅଭିନେତା ରୂପେ ନିଜ ଜୀବନକୁ ବାଜି ରଖି କୌଣସି ଜିନିଷ କରିବା ଠିକ୍ ନୁହେଁ। ଜୀବନର ଲକ୍ଷ୍ୟକୁ ହାସଲ କରିବା ପାଇଁ ଲୋକମାନେ ଯେତେବେଳେ ଏଭଳି ପଦକ୍ଷେପ ଉଠାନ୍ତି ସେତେବେଳେ ତାଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବର୍ତ୍ତମାନ ସମୟରେ ଅଭିନୟ ଦୁନିଆରେ ପାଦ ଥାପିବାକୁ ଚାହୁଁଥିବା ଯୁବପୀଢ଼ୀଙ୍କୁ ମୁଁ କହିବାକୁ ଚାହିଁବି କି ନିଜ ଜୀବନକୁ ବିପଦରେ ପକାନ୍ତୁ ନାହିଁ। କାହାରିକୁ ବି ଆପଣଙ୍କର ଲାଭ ଉଠାଇବାକୁ ଦିଅନ୍ତୁ ନାହିଁ।