ଆଉ ୭୨୭ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୭୨୭ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୯ଲକ୍ଷ ୯୭ହଜାର ୭୯୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୫୯, କଟକରୁ ୧୦୩, ଷ୍ଟେଟପୋଲରୁ ୫୭, ବାଲେଶ୍ୱରରୁ ୪୫, ଯାଜପୁରରୁ ୩୩, ପୁରୀରୁ ୨୬, ଢେଙ୍କାନାଳରୁ ୨୪, ଜଗତସିଂହପୁର, ମୟୁରଭଞ୍ଜ ଓ ସୁନ୍ଦରଗଡ଼ରୁ ୨୦ ଲେଖାଏଁ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୯ ରହିଛନ୍ତି। ସେହିପରି ଅନୁଗୁଳ ଓ ସମ୍ବଲପୁରରୁ ୧୬ ଲେଖାଏଁ, ଭଦ୍ରକ ଓ ନୟାଗଡ଼ରୁ ୧୪ ଲେଖାଏଁ, ଦେଓଗଡ଼ରୁ ୧୦, କେଉଁଝରରୁ ୬, ବରଗଡ଼ରୁ ୫, କନ୍ଧମାଳ ଓ କୋରାପୁଟରୁ ୪ ଲେଖାଏଁ, ଗଞ୍ଜାମ ଓ ମାଲକାନଗିରିରୁ ୩ ଲେଖାଏଁ, ଝାରସୁଗୁଡ଼ାରୁ ୨, ରାୟଗଡ଼ା ଓ ସୋନପୁରରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୧୨ହଜାର ୧୬୭ ହୋଇଥିବାବେଳେ ୯ଲକ୍ଷ ୯୭ହଜାର ୭୯୦ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୮ହଜାର ୫୫ଜଣଙ୍କର ମୃତ୍ୟୁ ଘଟିଛି ଓ ୬ହଜାର ୨୬୯ଜଣ ଚିକିତ୍ସିତ ହେଉଛନ୍ତି।