ବ୍ଲୁ-ଟିକ୍ କୁ ନେଇ ମୋଦୀ ସରକାର ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ, ଏଜେନ୍ସି: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ଟ୍ୱିଟରରେ ବ୍ଲୁ-ଟିକ୍ ପ୍ରସଙ୍ଗକୁ ନେଇ ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ଟିକାକରଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଚିନ୍ତା ନକରି ବ୍ଲୁ-ଟିକ୍ ବିବାଦରେ ମାତିଛନ୍ତି। କଂଗ୍ରେସ ନେତା ରାହୁଲଙ୍କୁ କଡ଼ା ଜବାବ ଦେବାକୁ ଯାଇ ବିଜେପି କହିଛି, ସେ ସୋସିଆଲ ମିଡିଆରୁ ବାହାରିଯାଇ ତୃଣମୂଳ ସ୍ତରରେ କାର୍ଯ୍ୟ କରନ୍ତୁ। ଏହାଛଡ଼ା ରାହୁଲ କଂଗ୍ରେସ ମୁଖ୍ୟମନ୍ତ୍ରୀମାନଙ୍କୁ କୋଭିଡ୍ ଟିକାକରଣ କ୍ଷେତ୍ରରେ ରାଜ୍ୟରେ ଘଟୁଥିବା ଦୁର୍ନୀତି ଓ ଅନିୟମିତତା ରୋକିବା ସମ୍ପର୍କରେ ଉଚିତ୍ ପରାମର୍ଶ ଦିଅନ୍ତୁ। ଉପରାଷ୍ଟ୍ରପତି ଏମ୍. ଭେଙ୍କିୟା ନାଇଡ଼ୁ ଓ ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କ ଟ୍ୱିଟର୍ ଆକାଉଣ୍ଟରେ ବ୍ଲୁ-ଟିକ୍ ଲଗାଯିବା ଏବଂ ପରେ ଏହାକୁ ହଟାଇ ଦିଆଯିବା ଘଟଣାରେ ରାହୁଲ ଏଭଳି ମନ୍ତବ୍ୟ ଦେଇଛନ୍ତି।