କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ନେତା ରାହୁଲ ଗାନ୍ଧୀ କୋଲାରରୁ ପ୍ରଚାର ଆରମ୍ଭ କରିବେ । ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ରାହୁଲଙ୍କ ସହ ରହିବେ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ଯେଉଁ ‘ମୋଦୀ ସରନେମ’ ବୟାନ ପାଇଁ ଯାଇଛି ତାହା ସେ ୨୦୧୯ରେ କୋଲାରରେ ହିଁ ଦେଇଥିଲେ । ଏଥର କୋଲାର ସିଟରୁ ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଲଢ଼ିବାକୁ ଚାହୁଁଥିଲେ ମଧ୍ୟ ତାଙ୍କୁ ଟିକେଟ ଦିଆଯାଇ ନାହିଁ । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ୨୦୯ ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ।