କୁଲି ସାଜିଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସେପ୍ଟେମ୍ବର ୨୧ରେ ଦିଲ୍ଲୀସ୍ଥିତ ଆନନ୍ଦ ବିହାର ରେଲୱେ ଷ୍ଟେସନ ପହଞ୍ଚି ସେଠାକାର କୁଲିଙ୍କୁ ଭେଟିଥିଲେ । କେବଳ ଏତିକି ନୁହେଁ, କୁଲିଙ୍କ ଭଳି ପୋଷାକ ପିନ୍ଧି ଯାତ୍ରୀଙ୍କ ଜିନିଷ ଉଠାଇଥିଲେ । ନିଜ ମଧ୍ୟରେ ରାହୁଲଙ୍କୁ ଦେଖି କୁଲି ମଧ୍ୟ ଖୁସି ନଜର ଆସିଥିଲେ । ଅନ୍ୟପଟେ ରାହୁଲ ମଧ୍ୟ ଖୁବ୍ ଉତ୍ସାହିତ ଥିଲେ । ଏହାର ଫଟୋ ନିଜେ ରାହୁଲ ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ, ଏହାପୂର୍ବରୁ ରାହୁଲ ଗାନ୍ଧୀ ଟ୍ରକ ଡ୍ରାଇଭର ଓ ମେକାନିକଙ୍କୁ ଭେଟି ତାଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।