ଗୁଜରାଟ: ଗୁଜରାଟର ଏକ ଅଦାଲତ ‘ମୋଦୀ ସରନେମ’ ସମ୍ବନ୍ଧୀୟ ଟିପ୍ପଣୀକୁ ନେଇ ଦାୟର ହୋଇଥିବା ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଉକ୍ତ ମାମଲାରେ ରାହୁଲଙ୍କୁ କୋର୍ଟ ୨ ବର୍ଷର ସଜା ଶୁଣାଇଛନ୍ତି । ଏହାସହ ୧୫ ହଜାର ଟଙ୍କା ଜୋରିମାନା ମଧ୍ୟ ଲଗାଇଛନ୍ତି । ଅନ୍ୟପଟେ ସଜା ମିଳିବା ପରେ ରାହୁଲଙ୍କୁ ଜାମିନ ମଧ୍ୟ ମିଳିଯାଇଛି । ରାହୁଲ ଏବେ କୋର୍ଟ ରାୟ ବିରୋଧରେ ଆବେଦନ କରିପାରିବେ ।
ସଜା ମିଳିବା ପରେ ରାହୁଲ ଗାନ୍ଧୀ ଟ୍ୱିଟ୍ କରି ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଏକ କୋଟ୍ ସେୟାର କରିଛନ୍ତି । ରାହୁଲ ଲେଖିଛନ୍ତି ଯେ, ମୋ ଧର୍ମ ସତ୍ୟ ଓ ଅହିଂସା ଉପରେ ଆଧାରିତ । ସତ୍ୟ ମୋ ଭଗବାନ, ଅହିଂସା ତାକୁ ପାଇବାର ସାଧନ।’