ରାହୁଲ ଓ ପ୍ରିୟଙ୍କାଙ୍କୁ ଲଖିମପୁର ଯିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସରକାରଙ୍କ ଗୃହ ବିଭାଗ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ଅନ୍ୟ ୩ଜଣଙ୍କୁ ଲଖିମପୁର ଖୀରୀ ଯିବାକୁ ଅନୁମତି ପ୍ରଦାନ କରିଛନ୍ତି। ଲଖିନପୁର ଯିବାକୁ ରାହୁଲ ଦିଲ୍ଲୀରୁ ଲଖନଊ ଅଭିମୁଖେ ବାହାରି ସାରିଥିବା ଜଣାପଡ଼ିଛି। ଲଖନଊରୁ ଲଖିମପୁର ଯିବାକୁ ଚେଷ୍ଟା କରିବେ।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ଲଖିମପୁର ଖୀରୀରେ ହୋଇଥିବା ହିଂସାକୁ ଆଜି ୩ ଦିନ ପୁରିଛି। ହିଂସାର ପ୍ରକୃତ ଦୋଷୀ କିଏ ଜଣାପଡ଼ି ନଥିବାବେଳେ ଚାରିଆଡ଼ୁ ଭିନ୍ନ ଭିନ୍ନ ଦାବି ସାମ୍ନାକୁ ଆସୁଛି।