‘ଭାରତ ଯୋଡ଼ୋ ଯାତ୍ରା’ରେ ସାମିଲ ହେଲେ ରଘୁରାମ ରାଜନ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ‘ଭାରତ ଯୋଡ଼ୋ ଯାତ୍ରା’ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ସାମିଲ ହୋଇଛନ୍ତି । ଏହି ସମୟରେ ରାଜନ ଓ ରାହୁଲ କିଛି ଚର୍ଚ୍ଚା କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହାର ଫଟୋ କଂଗ୍ରେସ ଟ୍ୱିଟରରେ ସେୟାର କରିଛି । ରାଜନ ଦାୟିତ୍ୱରେ ଥିବା ସମୟରେ ମୋଦୀ ସରକାରଙ୍କ ଅନେକ ନୀତିକୁ ନେଇ ଆଲୋଚନା କରିଥିଲେ ।

ଚନାଯୋଗ୍ୟ, ରାଜସ୍ଥାନର ସବାଇ ମାଧୋପୁରରୁ ଆଜି ପୁଣିଥରେ କଂଗ୍ରେସ ପଦଯାତ୍ରା ଆରମ୍ଭ କରିଛି । ଏହି ସମୟରେ ବହୁ ସଂଖ୍ୟାରେ ଜନସମାଗମ ଦେଖିବାକୁ ମିଳିଛି ।