୧୫ କିଲୋ ଗଞ୍ଜେଇ ଜବତ, ୨ କିନ୍ନର ଗିରଫ

  • ଭୁବନେଶ୍ୱର: ବିଶ୍ୱସ୍ତ ସୂତ୍ରରୁ ଖବରପାଇ କ୍ରାଇମ ବ୍ରାଞ୍ଚ ଓ ଆରପିଏଫ ଭୁବନେଶ୍ୱର ରେଲୱେ ଷ୍ଟେସନରେ ଅତର୍କିତ ଚଢ଼ଉ କରିଥିଲେ। ୨ ଜଣ କିନ୍ନରଙ୍କଠାରୁ ପ୍ରାୟ ୧୫ କେଜିରୁ ଊଦ୍ଧ୍ୱର୍ ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ଲକ୍ଷ୍ମୀଧର ମହାନ୍ତି ଓରଫ ଲିଜା ଓ ବସନ୍ତ ସ୍ୱାଇଁ ଓରଫ ବାସନ୍ତୀ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି।