ଶ୍ରୀମନ୍ଦିରରେ ପଡ଼ିଲା ରକ୍ତର ଛିଟା

ପୁରୀ,ଏନ୍ଏନ୍ଏସ୍: ଶ୍ରୀମନ୍ଦିର ଭିତରେ ପଡ଼ିଲା ରକ୍ତର ଛିଟା । ଜଣେ ଜେଟିପି ପୁଲିସଙ୍କ କାଠଫାଳିଆ ମାଡ଼ରେ ଆଉ ଜଣେ ଜେଟିପି ଗୁରୁତର ହୋଇଛନ୍ତି। ତାଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ। ଭିତରକାଠ ନିକଟରେ ଡ୍ୟୁଟି କରୁଥିବା ସମୟରେ ଏହି ଘଟିଛି ଘଟଣା। ଭିତରକାଠ ନିକଟରେ ରକ୍ତର ଛିଟା ପଡିଥିବାରୁ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ହୋଇଛି । ଦିନ ୧ଟା ୫୦ମିନିଟରେ ଘଟଣା ଘଟିଥିଲା। ଆହତ ଜେଟିପି ମନୋଜ ପାଣିଗ୍ରାହୀ ବୋଲି ଜଣାପଡିଛି। ତେବେ ଏପର୍ଯ୍ୟନ୍ତ ସିଂହଦ୍ୱାର ଥାନାରେ ଏନେଇ କେହି ଏତଲା ଦେଇନାହାଁନ୍ତି।