ସୁସ୍ଥହେଲେ ଆଉ ୧୩୦୯ କରୋନା ଆକ୍ରାନ୍ତ, ୩୪୬୧୩୪ରେ ପହଞ୍ଚିଲା ଆରୋଗ୍ୟ ସଂଖ୍ୟା

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୩୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୪୬୧୩୪ରେ ପହଞ୍ଚିଛି।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୨୨୪ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୯୧, କଳାହାଣ୍ଡିରୁ ୧୦୮, ସମ୍ବଲପୁରରୁ ୮୨, ବରଗଡ଼ରୁ ୮୦, ନୂଆପଡ଼ାରୁ ୭୪, କଟକରୁ ୬୨, ଝାରସୁଗୁଡାରୁ ୫୦, ଗଞ୍ଜାମରୁ ୪୯, କେନ୍ଦୁଝରରୁ ୪୮, ଅନୁଗୁଳରୁ ୪୧, ପୁରୀରୁ ୨୮, ମୟୂରଭଞ୍ଜରୁ ୨୬, ଯାଜପୁରରୁ ୨୫, ରାୟଗଡ଼ାରୁ ୨୫, ଭଦ୍ରକରୁ ୨୪, ଗଜପତିରୁ ୨୦, ନବରଙ୍ଗପୁରରୁ ୧୯, ଦେବଗଡ଼ରୁ ୧୮, ନୟାଗଡ଼ରୁ ୧୫, ବଲାଙ୍ଗିରରୁ ବାଲେଶ୍ୱରରୁ ୧୦, କୋରାପୁଟରୁ ୭, କେନ୍ଦ୍ରାପଡ଼ାରୁ ୬, ଜଗତସିଂହପୁରରୁ ୫, କନ୍ଧମାଳରୁ ୫, ସୋନପୁରରୁ ୫, ଢେଙ୍କାନାଳରୁ ୨, ମାଲକାନଗିରିରୁ ୨, ଷ୍ଟେଟପୁଲରୁ ୪୫ଜଣ ସୁସ୍ଥ ହୋଇଛନ୍ତି।