ବାହାର ଲୋକଙ୍କୁ ପୁରୀ ମନା : ଡିଜିପି

ପୁରୀ,ଏନ୍ଏନ୍ଏସ୍: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ଡିଜିପି ଶ୍ରୀ ଅଭୟ କହିଛନ୍ତି । ସେ କହିଛନ୍ତି କୌଣସି ଲୋକ ଯେଭଳି ପୁରୀକୁ ନ ଆସିବେ ତାହା ଉପରେ ଗୁରୁତ୍ୱ ଦେବୁ । ପୁରୀ ଜିଲ୍ଲାରେ କର୍ଫ୍ୟୁ ଜାରି ରହିବ । ବାହାର ଲୋକଙ୍କୁ ପୁରୀ ମନା । ସେହିଭଳି ପୁରୀ ଲୋକଙ୍କୁ ବଡଦାଣ୍ଡ ମନା । ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ୫୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ସବୁ ଲୋକଙ୍କୁ ଅପିଲ କରି କହୁଛୁ ଟିଭି ଦେଖି ଆନନ୍ଦ ନିଅନ୍ତୁ । ଜିଲ୍ଲା ପ୍ରଶାସନ ଓ ପୁଲିସକୁ ସହଯୋଗର ହାତ ବଢ଼ାଇଲେ ଆମେ ରଥଯାତ୍ରା ସୁରୁଖୁରୁରେ ପାଳନ କରିପାରିବା ବୋଲି ଶ୍ରୀ ଅୟଭ କହିଛନ୍ତି ।