୩ ମନ୍ତ୍ରୀଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରଥଯାତ୍ରାର ପରିଚାଳନା ନିମନ୍ତେ ୩ ମନ୍ତ୍ରୀ ଓ ଯୋଜନାବୋର୍ଡ଼ ଉପାଧ୍ୟକ୍ଷଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଇନମନ୍ତ୍ରୀ ପ୍ରତାପ ଜେନା, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସହ ଯୋଜନାବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ରଥଯାତ୍ରରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପୁରୀରେ ରହିବେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, କରୋନା ଯୋଗୁଁ ଏବେ ସାରାବିଶ୍ୱ କଠିନ ସମୟ ଦେଇ ଗତି କରୁଛି । ଏହି ସ୍ଥିତିରେ ମହାପ୍ରଭୁଙ୍କ ରଥଯାତ୍ରା ପାଳନ କରିବା ନିଶ୍ଚିତ ଭାବେ ଏକ ଚ୍ୟାଲଞ୍ଜେ। ରଥଯାତ୍ରାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ

ଅତି ସାବଧାନତାର ସହ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସାରା ବିଶ୍ୱର ନଜର ଏବେ ଓଡ଼ିଶା ଉପରେ ରହିଛି । ଶୃଙ୍ଖଳା ସହିତ ସାମାଜିକ ଦୂରତ୍ୱ ଓ ଗାଇଡଲାଇନକୁ ପାଳନ କରି ଠାକୁରଙ୍କ ନୀତିକାନ୍ତି କିଭଳି କରାଯାଏ ତା’ର ନିଦର୍ଶନ ସାରା ବିଶ୍ୱକୁ ଦେଖାଇବାକୁ ପଡ଼ିବ। ସେଥିଲାଗି ଏହି ମନ୍ତ୍ରୀମାନଙ୍କୁ ତତ୍ତ୍ୱାବଧାନ ଦାୟିତ୍ୱ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।