Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପୁରୀ ଦୁର୍ଗାବାଡ଼ିର ଦେବୀ ଦୁର୍ଗା, ଗଙ୍ଗାମାଟିରେ ମୂର୍ତ୍ତି-ପୂଜା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପୁରୀ ଦୁର୍ଗାବାଡ଼ିର ଦେବୀ ଦୁର୍ଗା, ଗଙ୍ଗାମାଟିରେ ମୂର୍ତ୍ତି-ପୂଜା

ପୁରୀ,ଏନ୍ଏନ୍ଏସ୍: ସାରାଦେଶରେ ଶରତ ଋତୁରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହେଉଥିଲେ ମଧ୍ୟ ପୂଜାପଦ୍ଧତି ମଧ୍ୟରେ ରହିଛି ଭିନ୍ନତା। ନିଜସ୍ୱ ପରମ୍ପରା ଓ ପୂଜା ପଦ୍ଧତି ଅନୁସରଣ କରି ବିଭିନ୍ନ ରାଜ୍ୟର ଅଧିବାସୀ ଦେବୀ ଦୁର୍ଗାଙ୍କ ଆବାହନ ଓ ଆରାଧନା କରିଥାନ୍ତି। ଉଭୟ ତାନ୍ତ୍ରିକ ଓ ବୈଦିକ ରୀତିରେ ଦେବୀ ଆରାଧିତା ହୁଅନ୍ତି। ଓଡ଼ିଶାର ସର୍ବତ୍ର ଦୁର୍ଗାପୂଜା ମହୋତ୍ସବ ଅନୁଷ୍ଠିତ ହେଉଥିବାବେଳେ ପୁରୀରେ ଏହା ଗୋଷାଣିଯାତ୍ରା ରୂପେ ଖ୍ୟାତ।

ଏହି ଅବସରରେ ସହରର ବଙ୍ଗୀୟ ଅଧିବାସୀମାନଙ୍କ ଦ୍ୱାରା ପାଳିତ ହେଉଥିବା ଦୁର୍ଗାପୂଜାର ଢଙ୍ଗ ନିଆରା। ବଙ୍ଗୀୟମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଦୁର୍ଗାବାଡ଼ି ସମିତିରେ ପଶ୍ଚିମବଙ୍ଗ ଦୁର୍ଗାପୂଜାର ଝଲକ ଦେଖିବାକୁ ମିଳେ। ସମ୍ପୂର୍ଣ୍ଣ ବଙ୍ଗୀୟ ରୀତିରେ ଦୁର୍ଗାବାଡ଼ି ସମିତିରେ ଆରାଧିତା ହୁଅନ୍ତି ଦେବୀଙ୍କ ମୃଣ୍ମୟ ପ୍ରତିମା। ଦୀର୍ଘ ପ୍ରାୟ ୯୦ଦଶକ ଧରି ଦୁର୍ଗାବାଡ଼ିରେ ଅନୁଷ୍ଠିତ ହୋଇଆସୁଛି ଶାରଦୀୟ ଦୁର୍ଗାପୂଜା ମହୋତ୍ସବ।

ଦୁର୍ଗାବାଡ଼ିରେ ପୂଜା ପାଉଥିବା ଦୁର୍ଗାମୂର୍ତ୍ତିର ନିର୍ମାଣ ଶୈଳୀରେ ପରିଲକ୍ଷିତ ହୁଏ ସ୍ୱାତନ୍ତ୍ର୍ୟ। ଗଙ୍ଗାମାଟିରେ ବଙ୍ଗୀୟ ଶିଳ୍ପୀମାନଙ୍କ ଦ୍ୱାରା ନିର୍ମିତ ଦୁର୍ଗାଙ୍କ ମୂର୍ତ୍ତି ପଶ୍ଚିମବଙ୍ଗରୁ ଅଣାଯାଇ ଦୁର୍ଗାବାଡ଼ିରେ ପୂଜା କରାଯାଏ। ଏହି ପୂଜାମଣ୍ଡପରେ ଢାକିବାଦ୍ୟ, ଷଷ୍ଠୀପୂଜା, କୁମାରୀପୂଜା, ସିନ୍ଦୁରଖେଳ ପୂଜାପଦ୍ଧତିରେ ସ୍ୱାତନ୍ତ୍ର୍ୟ ପରିଚାୟକ। ବିସର୍ଜ୍ଜନ ବେଳର ଭାବାବେଗ ଦୁର୍ଗାବାଡ଼ି ସମିତିର ଦୁର୍ଗାପୂଜାକୁ କରିଥାଏ ଅନନ୍ୟ ସ୍ୱକୀୟତା ସମ୍ପନ୍ନ। ୮୯ବର୍ଷଧରି ଅନୁଷ୍ଠିତ ହୋଇଆସୁଥିବା ଦୁର୍ଗାବାଡ଼ିର ଦୁର୍ଗାପୂଜା ବଜାୟ ରଖିଛି ନିଜର ସ୍ୱାତନ୍ତ୍ର୍ୟ।

ଶ୍ରୀକ୍ଷେତ୍ରରେ ମହାସପ୍ତମୀଠାରୁ ମହାନବମୀ ପର୍ଯ୍ୟନ୍ତ ଗୋସାଣି ମୂର୍ତ୍ତିମାନେ ପୂଜାମଣ୍ଡପରେ ପୂଜା ପାଉଥିବାବେଳେ ବଙ୍ଗୀୟ ପଦ୍ଧତିରେ ମହାଷଷ୍ଠୀଠାରୁ ଦୁର୍ଗାବାଡ଼ି ସମିତିରେ ଦୁର୍ଗାପୂଜାର ଶୁଭାରମ୍ଭ ହୋଇଛି। ସମ୍ପୂର୍ଣ୍ଣ ନିଆରା ଢଙ୍ଗରେ ବଙ୍ଗୀୟମାନଙ୍କ ଦ୍ୱାରା ଦୁର୍ଗାବାଡ଼ିରେ ଅନୁଷ୍ଠିତ ହେଉଛି ଏହି ଦୁର୍ଗାପୂଜା। ଦୁର୍ଗାବାଡ଼ିରେ ପୂଜାପାଉଥିବା ମୂର୍ତ୍ତିର ନିର୍ମାଣ ଶୈଳୀରେ ପରିଲକ୍ଷିତ ହୋଇଛି ଭିନ୍ନତା। ଢାକିବାଦ୍ୟ ଓ ଘଣ୍ଟଧ୍ୱନି ମଧ୍ୟରେ ଦେବୀଙ୍କ ଆରତୀ ପୂଜାପଦ୍ଧତି, କୁମାରୀ ପୂଜାରୁ ମିଳୁଛି ଭିନ୍ନ ଏକ ଅନୁଭବ ଓ ଅନୁଭୂତି।

ଚାରଦିନ ଧରି ଉତ୍ସବମୁଖର ଓ କୋଳାହଳ ମୁଖରିତ ହୋଇଉଠୁଛି ସମୁଦ୍ରକୂଳର ଅନତିଦୂରରେ ଅବସ୍ଥିତ ଦୁର୍ଗାବାଡ଼ି ସମିତି ପରିସର। ପୁରୀ ସହରରେ ବସବାସ କରୁଥିବା ସମସ୍ତ ବଙ୍ଗୀୟ ପରିବାର ଓ ପୂଜାଛୁଟି କଟାଇବାକୁ ଆସିଥିବା ବଙ୍ଗୀୟ ପର୍ଯ୍ୟଟକମାନେ ଦୁର୍ଗାବାଡ଼ି ସମିତିର ଦୁର୍ଗାପୂଜାରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି। ଦୁର୍ଗାବାଡ଼ି ସମିତି ପରିସରରେ ସୃଷ୍ଟି ହୋଇଛି ବର୍ଣ୍ଣାଢ଼୍ୟ ପରିବେଶ। ଆନନ୍ଦ ଉଲ୍ଲାସର ସହ ଭକ୍ତିଭରା ହୃଦୟରେ ବଙ୍ଗୀୟ ସମ୍ପ୍ରଦାୟର ଆବାଳବୃଦ୍ଧ ବନିତା ଦେବୀଙ୍କ ନିରାଜନା କରୁଛନ୍ତି।

ଓଡ଼ିଶାରେ ଶକ୍ତି ଉପାସନା ପରମ୍ପରା ଅତ୍ୟନ୍ତ ପ୍ରାଚୀନ ହୋଇଥିଲେ ମଧ୍ୟ ବଙ୍ଗୀୟମାନଙ୍କ ଦ୍ୱାରା ହିଁ ଶ୍ରୀଦୁର୍ଗାଙ୍କ ମୃଣ୍ମୟମୂର୍ତ୍ତି ପୂଜା ପରମ୍ପରା ଆରମ୍ଭ ହୋଇଥିଲା। ମହାଷଷ୍ଠୀରେ ଦୁର୍ଗାବାଡ଼ିରେ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜା। ମହାସପ୍ତମୀ ଓ ମହାଷ୍ଟମୀରେ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଥିବାରୁ ମହାନବମୀରେ ତେଲିଙ୍ଗି ବାଦ୍ୟ ଓ ଢାକିବାଦ୍ୟର ତାଳେ ତାଳେ ସମସ୍ତେ ଦେବୀଙ୍କ ଆରାଧନା କରିବେ।

ଝୁଣାଧୂପର ମହକରେ ମହକି ଉଠିବ ଦୁର୍ଗାବାଡ଼ି ପରିସର। ଦୁର୍ଗାବାଡି ସମିତି ପକ୍ଷରୁ ଆୟୋଜିତ ଦୁର୍ଗାପୂଜାର ଏକ ସ୍ୱତନ୍ତ୍ର ରୀତି ହେଲା କୁମାରୀ ପୂଜା। ପୂଜାମଣ୍ଡପ ଉପରେ ଜଣେ ସ୍ୱଳ୍ପ ବୟସର କୁମାରୀ କନ୍ୟାକୁ ବେଶଭୂଷା କରାଯାଇ କୁମାରୀ ପୂଜା କରାଯିବ। ଏହି ପୂଜାପରେ ପୁଷ୍ପାଞ୍ଜଳି ପ୍ରଦାନର ପର୍ବ ବେଶ ଚିତ୍ତାକର୍ଷକ। ସମବେତ ପୁରୁଷ ଓ ମହିଳାମାନେ ଶୃଙ୍ଖଳିତଭାବେ ଦେବୀଙ୍କୁ ପୁଷ୍ପ, ବେଲପତ୍ର ଓ ଦୁର୍ବାର ଅର୍ଘ୍ୟ ଅର୍ପଣ କରିବେ। ଦେବୀଙ୍କ ଚରଣକମଳରେ ଏହି ପୁଷ୍ପର୍ଘ୍ୟ ଅର୍ପଣର ଭାବ ବେଶ ଭାବୋଦ୍ଧୀପକ।

ମହାଷଷ୍ଠୀଠାରୁ ବିଜୟାଦଶମୀ ପର୍ଯ୍ୟନ୍ତ ୫ଦିନ ଧରି ଭକ୍ତି ଓ ନିଷ୍ଠାର ସହ ଦେବୀଙ୍କର ଆରାଧନା ଚାଲୁଛି। ବଙ୍ଗୀୟଶୈଳୀରେ ନିର୍ମିତ ମୂର୍ତ୍ତିଙ୍କର ପୂଜାର୍ଚ୍ଚନା ସାଙ୍ଗକୁ ସାନ୍ଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଭକ୍ତମାନଙ୍କୁ ଆକର୍ଷିତ କରୁଛି। ଦେବୀଙ୍କୁ ଲାଗି କରାଯାଇଥିବା ସିନ୍ଦୁର ଅବିରଭାବେ ବ୍ୟବହାର କରାଯାଏ। ଦେବୀଙ୍କ ବିସର୍ଜ୍ଜନ ପର୍ବ ବେଶ ହୃଦୟଗ୍ରାହୀ। କନ୍ୟାଟି ବିଦାହେବାଭଳି ଢଙ୍ଗରେ ବଙ୍ଗୀୟ ଲଳନାମାନେ ଦେବୀଙ୍କୁ ଭାବୋଚ୍ଛ୍ୱାସ ମଧ୍ୟରେ ବର୍ଷକ ପାଇଁ ବିଦାୟ ଦେଇଥାନ୍ତି।

ତେଲିଙ୍ଗି ବାଦ୍ୟ, ଢାକି ବାଦ୍ୟ ଓ ଘଣ୍ଟଧ୍ୱନିରେ ନିର୍ଘୋଷ ମଧ୍ୟରେ ଦେବୀଙ୍କ ପ୍ରତିମାଙ୍କୁ ଶୋଭାଯାତ୍ରାରେ ନିଆଯାଇ ମହୋଦଧିରେ ବିସର୍ଜ୍ଜନ କରାଯାଇଥାଏ। ମହାଷଷ୍ଠୀ ଓ ମହାସପ୍ତମୀ ପୂଜାଠାରୁ ଆରମ୍ଭ କରି କୁମାରୀ ପୂଜା, ସିନ୍ଦୁର ଖେଳ ଓ ବିସର୍ଜ୍ଜନ ଉତ୍ସବ ଦେଖିବା ପାଇଁ ଦର୍ଶକମାନଙ୍କର ଭିଡ଼ ଜମୁଛି। ୧୯୫୦ ମସିହାଠାରୁ ବର୍ତ୍ତମାନର ଦୁର୍ଗାବାଡ଼ି ସମିତିର ପୂଜାମଣ୍ଡପରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହୋଇଆସୁଛି।