Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କାର୍ତ୍ତିକ ମାସ ପାଇଁ ନୀତି ନିର୍ଘଣ୍ଟ ଅନୁମୋଦିତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କାର୍ତ୍ତିକ ମାସ ପାଇଁ ନୀତି ନିର୍ଘଣ୍ଟ ଅନୁମୋଦିତ

ପୁରୀ,ଏନ୍ଏନ୍ଏସ୍: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ନୀତି ସବକମିଟି ବୈଠକ ବସି କାର୍ତ୍ତିକମାସର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଆସନ୍ତା ୯ତାରିଖଠାରୁ ନଭେମ୍ବର ମାସ ୧୨ତାରିଖ ପର୍ଯ୍ୟନ୍ତ କାର୍ତ୍ତିକ ମାସର ବାଳଧୂପ ନୀତି ନିର୍ଘଣ୍ଟ ସବକମିଟିରେ ଅନୁମୋଦିତ ହୋଇଛି। ପ୍ରତ୍ୟହ ଭୋର୍ ୪ଟାରେ ଦ୍ୱାର ଫିଟିବ। ୪ଟା ୩୦ମି. ରେ ଭିତର ଶୋଧ, ୫ଟାରେ ମଙ୍ଗଳ ଆଳତି, ୫ଟା ୩୦ମି.ରେ ମଇଲମ ଓ ତଡ଼ପଲାଗି, ୬ଟା ୧୫ମି.ରେ ଅବକାଶ ନୀତି ହୋଇ ୬ଟା ୩୦ମି.ରୁ ୭ଟା ୩୦ମି. ମଧ୍ୟରେ ମହାପ୍ରଭୁଙ୍କର ରାଧାଦାମୋଦର ବେଶ କରାଯିବ।

୭ଟାରେ ରୋଷ ହୋମ, ୭ଟା ୧୫ମି.ରେ ସୂର୍ଯ୍ୟପୂଜା, ୭ଟା ୩୦ମି.ରେ ଦ୍ୱାରପାଳ ପୂଜା, ୮ଟାରେ ଗୋପାଳବଲ୍ଲଭ, ୮ଟା ୩୦ମି.ରୁ ୯ଟା ୩୦ମି. ମଧ୍ୟରେ ସକାଳ ଧୂପ(କେବଳ କୋଠଭୋଗ) ଶେଷ ହେବ। ସକାଳ ୧୦ଟାରୁ ୧୦ଟା ୩୦ମି. ମଧ୍ୟରେ ବାଳଧୂପ କରାଯିବ। ୧୦ଟା ୧୦ମି.ରେ ଭୋଗ ମଣ୍ଡପ ଉଠିବ। ୧୦ଟା ୪୫ମି.ରୁ ୧୧ଟା ୩୦ମି. ମଧ୍ୟରେ ମଇଲମ ଓ ବେଶ କରାଯାଇ ୧୨ଟାରେ ଭୋଗମଣ୍ଡପ ଶେଷ ହେବ।

୧୨ଟା ୩୦ମି.ରୁ ୧ଟା ୩୦ମି. ମଧ୍ୟରେ ମଧ୍ୟାହ୍ନ ଧୂପ (କେବଳ କୋଠଭୋଗ), ୧ଟାରୁ ୨ଟା ମଧ୍ୟରେ ଦ୍ୱିତୀୟ ଭୋଗମଣ୍ଡପ, ୨ଟାରେ ଦକ୍ଷିଣୀଘର ଭୋଗ, ୨ଟା ୩୦ମି.ରେ ମଇଲମ ଓ ବେଶ, ୩ଟାରେ ଦିବା ପହୁଡ଼ ହେବେ। ୫ଟାରେ ଦ୍ୱାର ଫିଟି ୬ଟାରେ ସନ୍ଧ୍ୟା ଆଳତି, ୬ଟା ୫ମି. ରୁ ୬ଟା ୫୦ମି. ମଧ୍ୟରେ ମଇଲମ ଓ ବେଶ, ୭ଟା ୨୦ମି.ରୁ ୯ଟା ମଧ୍ୟରେ ସନ୍ଧ୍ୟାଧୂପ(କେବଳ କୋଠଭୋଗ), ୯ଟା ୩୦ମି.ରେ ମଇଲମ, ରାତ୍ର ୧୦ଟାରେ ଚନ୍ଦନ ଲାଗି, ୧୧ଟାରେ ବଡ଼ସିଂହାର ବେଶ, ୧୧ଟା ୩୦ମି.ରେ ବଡ଼ସିଂହାର ଭୋଗ କରାଯାଇ ରାତ୍ର ୧୨ଟାରେ ମହାପ୍ରଭୁ ପହୁଡ଼ ଯିବେ। ନଭେମ୍ବର ମାସ ୪ତାରିଖ ସୋମବାର ଦିନ ଅବକାଶ ପରେ ହରିହର ବେଶ କରାଯିବ।

୮ତାରିଖ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ ଓ ହରି ଉତ୍ଥାପନ ନୀତି, ୯ତାରିଖରେ ବାଙ୍କଚୂଡ଼ ବା ବାମନବେଶ ଓ ଗରୁଡ଼ ଉତ୍ଥାପନ ନୀତି, ୧୦ତାରିଖରେ ଆଡ଼ିକିଆ ବା ତ୍ରିବିକ୍ରମ ବେଶ, ୧୧ତାରିଖରେ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶ, ୧୨ତାରିଖରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ ବୋଲି ନୀତି ନିର୍ଘଣ୍ଟରେ ଉଲ୍ଲେଖ ରହିଛି। ଏହି ନୀତି ସବ୍କମିଟି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ବଲୱନ୍ତ ସିଂ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।