ପୁରୀ,ଏନ୍ଏନ୍ଏସ୍: ପୁରୀ ବସ୍ ଷ୍ଟାଣ୍ଡରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୩ ଟି ବସରେ ନିଆଁଲାଗିଥିବା ଜଣାପଡ଼ିଛି। ବସ୍ ଗୁଡିକ ଛିଡା ହୋଇଥିବାବେଳେ ହଠାତ୍ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ନିଆଁଲିଭା କାର୍ଯ୍ୟ ଜାରି ରହିଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି।