ସୁପ୍ରସିଦ୍ଧ ପଞ୍ଜାବୀ ଗୀତିକାର ଜାନି କାର ଦୁର୍ଘଟଣାରେ ଆହତ

ପଞ୍ଜାବ: ପଞ୍ଜାବୀ ଇଣ୍ଡଷ୍ଟ୍ରୀର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ଜାନି ଜୋହାନ ଗମ୍ଭୀର ଦୁର୍ଘଟଣାର ଶିକାର ହୋଇଛନ୍ତି । ପଞ୍ଜାବର ସେକ୍ଟର ୮୮ରେ ହୋଇଥିବା ଭୟାବହ ଦୁର୍ଘଟଣାରେ ଜାନି ଅଳ୍ପକେ ବର୍ତ୍ତି ଯାଇଛନ୍ତି। କିନ୍ତୁ ଗମ୍ଭୀର ଭାବେ ଆହତ ହୋଇଛନ୍ତି ।

ଜାନି ଜୋହାନ ତାଙ୍କ ଅନ୍ୟ ୨ ବନ୍ଧୁଙ୍କ ସହ ଜୁଲାଇ ୧୯ ତାରିଖ ସଂଧ୍ୟାରେ ଚଣ୍ଡୀଗଡ଼ର ମୋହାଲୀ ସେକ୍ଟର ୮୮ ଦେଇ ଏସୟୁବି ଗାଡ଼ିରେ ଯାଉଥିଲେ । ଏହି ସମୟରେ ତାଙ୍କ କାର ଆଉ ଏକ କାର ସହ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଜାନି ଓ ତାଙ୍କ ବନ୍ଧୁଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିରେ ଜାନିଙ୍କ ବେକ ଓ ପିଠିରେ ଗମ୍ଭୀର ଆଘାତ ଲାଗିଛି ।