ପଞ୍ଜାବ ବିଧାନସଭାର ବିଶେଷ ଅଧିବେସନକୁ ରଦ୍ଦ କଲେ ରାଜ୍ୟପାଳ

ପଞ୍ଜାବ: ଦିଲ୍ଲୀ ପରେ ଏବେ ପଞ୍ଜାବରେ ମଧ୍ୟ ଆପ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଜୋରଦାର ଯୁକ୍ତିତର୍କ ଜାରି ରହିଛି । ଇତିମଧ୍ୟରେ ପଞ୍ଜାବ ରାଜ୍ୟପାଳ ବନବାରୀଲାଲ ପୁରୋହିତ ବିଧାନସଭାର ବିଶେଷ ଅଧିବେସନକୁ ରଦ୍ଦ କରି ଦେଇଛନ୍ତି । ବିଶିଷ୍ଟ ନିୟମର ଅନୁପସ୍ଥିତି କାରଣରୁ ପଞ୍ଜାବ ସରକାର ଦ୍ୱାରା ବିଶ୍ୱାସ ପ୍ରସ୍ତାବ ପାଇଁ ଡକାଯାଇଥିବା ବିଧାନସଭାର ବିଶେଷ ଅଧିବେସନକୁ ରଦ୍ଦ କରାଯାଇଥିବା ନେଇ ରାଜ୍ୟପାଳ ବୟାନ ଜାରି କରି କହିଛନ୍ତି ।

ପଞ୍ଜାବ କ୍ୟାବିନେଟ ବିଶେଷ ପ୍ରସ୍ତାବ ଆଗତ କରିବା ପାଇଁ ସେପ୍ଟେମ୍ବର ୨୨ରେ ବିଧାନସଭାର ବିଶେଷ ଅଧିବେସନ ଡକାଇବାକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା ।