ଶ୍ରୀନଗର,ଏଜେନ୍ସି: ପୁଣି ସୀମାରେ ଗୁଳି ବିନିମୟ ହୋଇଛି। ପୁଲୱାମା ଜିଲ୍ଲା ହାନଜିନ ରାଜପୁରା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରୁ ଆତଙ୍କବାଦୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଚାଲିଥିବା ଗୁଳିବନିମୟରେ ଜଣେ ଆତଙ୍କୀ ନିହତ ହୋଇଛି। କାଶ୍ମୀର ଜୋନ ପୁଲିସର ସୂଚନା ଅନୁସାରେ ସୁରକ୍ଷାବାହିନୀ ଓ କାଶ୍ମୀର ପୁଲିସର ମିଳିତ ଅପରେସନ ଜାରି ରହିଛି।
ସୂଚନା ଅନୁସାରେ ହାନଜିନ ରାଜପୁରା ଅଞ୍ଚଳରେ ୫ ଜଣ ଆତଙ୍କୀବାଦ ଲୁଚି ରହିଥିବା ନେଇ ଖବର ପାଇଥିଲା ପୁଲିସ। ଏହା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସୁରକ୍ଷାବାହିନୀ ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ ଲୁଚି ରହିଥିବା ଆତଙ୍କୀ ଦଳ ଗୁଳି ଚଳାଇଥିଲେ। ପାଲଟା ଜବାବରେ କାଶ୍ମୀର ପୁଲିସ ମଧ୍ୟ ଗୁଳି ଚଳାଇଥିଲା। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ସେ ୪୪ ଆରଆରର ହାବିଲଦାର କାଶି କୁମାର ବୋଲି ଜଣାପଡ଼ିଛି।
ଅନ୍ୟ ଏକ ଘଟଣାରେ ଅନନ୍ତନାଗ ଜିଲ୍ଲା ଲାଜିବାଲ ଅଞ୍ଚଳରେ ଆତଙ୍କବାଦଙ୍କ ଆକ୍ରମଣରେ ଜଣେ ପୁଲିସ ଅଧିକାରୀ ଆହତ ହୋଇଛନ୍ତି। ରାତି ପାଖାପାଖି ୮ଟା ୫୦ରେ ପୁଲିସଙ୍କ ଉପରକୁ ଆତଙ୍କବାଦୀ ଗୁଳି ଚଳାଇଥିଲେ ବୋଲି ଅନନ୍ତନାଗ ପୁଲିସ ପକ୍ଷରୁ ସୂଚନା ମିଳିଛି।