Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଚାନ୍ଦିପୁର ୩ନମ୍ବର ଲଞ୍ଚ୍ ପ୍ୟାଡରୁ ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଚାନ୍ଦିପୁର ୩ନମ୍ବର ଲଞ୍ଚ୍ ପ୍ୟାଡରୁ ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର,ଏନଏନଏସ୍: ଭୁପୃଷ୍ଠରୁ ଆକାଶମାର୍ଗକୁ ଲକ୍ଷ୍ୟଭେଦ କରିପାରୁଥିବା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ମଧ୍ୟମ ଦୂରଗାମୀ ବାଲେଷ୍ଟିକ ମିଜାଇଲ ପୃଥ୍ୱୀ-୨କୁ ମଙ୍ଗଳବାର ରାତିରେ ବାଲେଶ୍ୱରସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ନମ୍ବର ଲଞ୍ଚ୍ ପ୍ୟାଡରୁ ୭ଟା୪୮ମିନିଟ ସମୟରେ ଏହାର ବ୍ୟବହାରିକ ପରୀକ୍ଷଣ କରାଯାଇଛି। ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ନମ୍ବର ଲଂଚ ପେଡରୁ ଏହାର ପରୀକ୍ଷଣ କରାଯାଇଥିବା ବେଳେ ଏହାର ଉତେକ୍ଷେପଣ ସଫଳ ହୋଇଛି। ଏହି ପୃଥ୍ୱୀ-୨ମିଜାଇଲ ବିଶେଷ କରି ଶତ୍ରୁପକ୍ଷର ଯୁଦ୍ଧ ବିମାନକୁ ଟ୍ରାକିଂ କରି ପ୍ରତି ଆକ୍ରମଣ କରିବାର ସମୟ ବ୍ୟବଧାନ ଓ ଟ୍ରାକିଂ ସିଷ୍ଟମକୁ ଏହି ପରୀକ୍ଷାରେ ଗୁରୁତ୍ୱ ପ୍ରଦାନ କରାଯାଇଛି।

ସୂଚନା ଅନୁସାରେ,ଆଣବିକ ଯୁଦ୍ଧାସ୍ତ୍ର କ୍ଷେପଣାସ୍ତ୍ର ବହନ କରିପାରୁୁ ଥିବା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ୱୀ-୨ର ଲକ୍ଷଭେଦି କ୍ଷମତା ୩୫୦କିମି ଥିବା ବେଳେ ଏହାର ଲମ୍ବ୮.୫୬ମିଟର ଏବଂ ମୋଟେଇ ୧୧୦ସେମି ଅଟେ। ଏହି କ୍ଷେପଣାସ୍ତ୍ରର ଓଜନ୪୬୦୦କିଲୋଗ୍ରାମ ହୋଇଥିବା ବେଳେ ଏଥିରେ ୫ଶହ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ପୃଥ୍ୱୀ-୨ ମିଜାଇଲକୁ ବିକଶିତ କରାଯାଇ ଏସଏସ୨୫୦ଭର୍ସନକୁ ପରୀକ୍ଷା କରାଯାଇଛି। ଏହାର୧୯୯୬ମସିହାରେ ଏହାର ପ୍ରଥମ ପରୀକ୍ଷଣ ହୋଇଥିବା ବେଳେ ଏହାକୁ ପୂର୍ବରୁ ସେନାବାହିନିରେ ମଧ୍ୟ ସାମିଲ କରାଯାଇ ସାରିଛି।

ଏଠାରେ ସୂଚନା ଯୋଗ୍ୟ ଯେ,ଗତ ନଭେମ୍ବର ମାସ୨୦ତାରିଖ ବୁଧବାର ପ୍ରଥମ ଥର ପାଇଁ ରାତିରେ ପଛକୁ ପଛ ଦୁଇଟି ପୃଥ୍ୱୀ-୨ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥିଲା। ଏହି ପରୀକ୍ଷଣ ୭ଟାରୁ୭ଟା୧୫ମିନିଟ ମଧ୍ୟରେ ଦୁଇଥର କରାଯାଇଥିଲା। ଏହାର ପ୍ରଥମ ପରୀକ୍ଷଣ ୭ଟା୫ରେ ହୋଇଥିଲା। ତେବେ ଏହି ଦୁଇଟି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଥିବା ବେଳେ ମଙ୍ଗଳବାର ମଧ୍ୟ ଏହାର ସଫଳ ପରୀକ୍ଷଣ କରାଯାଇଛି ବୋଲିଡିଆରଡିଓ ପକ୍ଷରୁ ଜଣାଯାଇଛି।