Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ମୋଦୀ ଏବଂ ନବୀନ ମହିଳାଙ୍କୁ ପ୍ରତାରିତ କରିଛନ୍ତି: କଂଗ୍ରେସ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ମୋଦୀ ଏବଂ ନବୀନ ମହିଳାଙ୍କୁ ପ୍ରତାରିତ କରିଛନ୍ତି: କଂଗ୍ରେସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଲଗାତର ଭାବେ କେନ୍ଦ୍ରରେ ୨୦୧୪ ରୁ ୨୦୧୯ ଦୀର୍ଘ ୬୬ ମାସର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ବିଜେପି ସରକାର ଓ ରାଜ୍ୟରେ ୨୩୪ ମାସର ନବୀନ ବାବୁଙ୍କ ନେତୃତ୍ୱ ବିଜୁ ଜନତା ଦଳ ସରକାର ମହିଳାମାନଙ୍କୁ ନିରାପତା, ସୁରକ୍ଷା ଓ ସାମାଜିକ ଅଧିକାର ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ୨୦୧୭-୨୦୧୯ ମସିହା ମଧ୍ୟରୁ ସାରା ଦେଶରେ ପାଖାପାଖି ୩୨,୨୬୫ ଜଣ ଶିଶୁ, ନାବାଳିକା ଓ ମହିଳାମାନେ ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ ଓ ଗଣଦୁଷ୍କର୍ମର ଶିକାର ହେବା ଘଟଣା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ପାରିବା ପଣିଆ ପ୍ରତି ଗଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି।

୨୦୧୨ ମସିହାର ନିର୍ଭୟା କାଣ୍ଡ ସାରା ଦେଶରେ ଗଭୀର ଆଲୋଡନ ସୃଷ୍ଟି କରିଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଇନ୍ଗତ ଦୃଷ୍ଟିରୁ ଗମ୍ଭୀରତାର ସହ ପଦକ୍ଷେପ ଗ୍ରହଣ ନକରିବା ଉଭୟ ସଂସଦ ଓ ବିଧାନସଭା ଭିତରେ ଏବଂ ବାହାରେ ଗଭୀର ରେଖାପାତ ସୃଷ୍ଟି କରୁଛି। ନବୀନ ବାବୁଙ୍କ ଚତୁର୍ଥ ପାଳିର ସରକାରରେ ତତ୍କାଳୀନ ମହିଳା ଓ ବାଳବିକାଶ ମନ୍ତ୍ରୀ ଉଷା ଦେବୀ ଓଡିଶା ବିଧାନସଭାରେ ଦେଇଥିବା ବକ୍ତବ୍ୟ ସ୍ପଷ୍ଟ ସହମତ ପ୍ରକାଶ କରୁଛି ଯେ ୧୫ ରୁ ୪୯ ବର୍ଷର ମହିଳାଙ୍କ ମଧ୍ୟରୁ ୪୨ ପ୍ରତିଶତ ମହିଳାଙ୍କ ସହିତ ଦୁଷ୍କର୍ମ ହେଉଛି।

ସାରା ଦେଶରେ ୨୦୧୮ ମସିହାରୁ ୨୦୧୯ ମସିହା ମଧ୍ୟରେ ୭.୫ ପ୍ରତିଶତ ଦୁଷ୍କର୍ମ ବୃଦ୍ଧି ପାଇବା ଆମ ସମସ୍ତଙ୍କ ପାଇଁ ଚିନ୍ତା ଓ ପରିତାପର ବିଷୟ ପାଲଟିଛି। ଓଡିଶା କଂଗ୍ରେସକୁ ଓ ରାଜ୍ୟବାସୀଙ୍କୁ ନବୀନ ବାବୁଙ୍କୁ ଉତର ଦେବାକୁ ହିଁ ହେବ। ଇତିଶ୍ରୀ, କୁନ୍ଦୁଲି ପୀଡିତା, ବେବିନା, ମାଧବୀଲତା, ନିହାରିକା, ସ୍ମିତାରାଣୀ, ରାଇରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟାପିକା ଆତ୍ମହତ୍ୟା ଘଟଣା ହେଉ ଅବା ଗତକାଲିର ଆଧ୍ୟାତ୍ମିକ ନଗରୀ ପୁରୀଠାରେ ନାବାଳିକାକୁ ଗଣଦୁଷ୍କର୍ମ ପ୍ରସଙ୍ଗ ହେଉ, ପ୍ରତ୍ୟେକଟି ଘଟଣାରେ ନବୀନ ବାବୁ ଏତେ ଅସହାୟ, ଗୁମ୍ସୁମ୍, ଖାମୋସ୍ ଆଉ ନୀରବ କାହିଁକି? ୨୦୧୪ ରୁ ୨୦୧୭ ମଧ୍ୟରେ କେବଳ ଓଡିଶାରେ ୪୭୪୯ ଜଣ ନାବାଳିକାଙ୍କ ସହିତ ବଳାତ୍କାର ଓ ୩୮୫ ଜଣଙ୍କ ସହିତ ସାମୂହିକ ବଳାତ୍କାର ପାଇଁ ଦାୟୀ କିଏ?

ଓଡିଶାରେ ପ୍ରତିଦିନ ୮ ଜଣ ମହିଳାଙ୍କ ସହିତ ବଳାତ୍କାର ହେଉଥିବା ବେଳେ ଦେଶରେ ପ୍ରତି ୧୫ ମିନିଟ୍ରେ ଜଣେ ମହିଳା ବଳାତ୍କାରର ଶିକାର ହେବା ଘଟଣା ପ୍ରମାଣିତ କରୁଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଜ ଦାୟିତ୍ୱ ସଂପାଦନ କରିବାରେ ଓ ମହିଳାଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ଅସହାୟ ଓ ବ୍ୟର୍ଥ ହୋଇଛନ୍ତି। ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପୁରୀର ଏହି ଅଭାବନୀୟ ଲଜ୍ଜା ଘଟଣାକୁ ନେଇ ଶତାଧିକ କଂଗ୍ରେସ ନେତୃମଣ୍ଡଳୀ ନବୀନ ନିବାସ ଘେରାଉ, ଗିରଫ ଘଟଣା ଓ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ତରଫରୁ ପୁନର୍ବାର ଘେରାଉ ଓ ଗିରଫ ଘଟଣା ସ୍ପଷ୍ଟ ପ୍ରମାଣ କରୁଛି ରାଜ୍ୟରେ କଂଗ୍ରେସର ୯ଟି ବିଧାୟକ ଥିଲେ ମଧ୍ୟ ଅସଲି ବିରୋଧି ଦଳର ଭୂମିକା କଂଗ୍ରେସ ଦଳ ନିଭେଇବାରେ କଂଗ୍ରେସ ପଛଘୁଂଚା ଦେଇନାହିଁ।

କେନ୍ଦ୍ରାଂଚଳ ଆଇଜି ୨୦ ଦିନ ଭିତରେ ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ ମାଧ୍ୟମରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଘଟଣା ଚରିତାର୍ଥ ନକଲା ପର୍ଯ୍ୟନ୍ତ ସାରା ରାଜ୍ୟରେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆନ୍ଦୋଳନକୁ ତୀବ୍ରତର କରାଯିବା ପାଇଁ ନିଷ୍ପତି ନିଆଯାଇଛି। ଦରକାର ପଡିଲେ ପୁରୀ ସମେତ ସାରା ଓଡିଶା ବନ୍ଦ ଡାକରା ଦେବା ପାଇଁ କଂଗ୍ରେସ ପଛଘୁଂଛା ଦେବନାହିଁ। ପୁରୀ ନାବାଳିକା

ଗଣଦୁଷ୍କର୍ମ ଘଟଣାକୁ ନେଇ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଏକ ୭ଜଣିଆ ତଥ୍ୟଅନୁଧ୍ୟାନକାରୀ କମିଟି ଗଠନ କରିଛନ୍ତି। ଉକ୍ତ କମିଟିରେ ପ୍ରାକ୍ତନମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ, ପ୍ରାକ୍ତନ ଆଇଜି ବଟକୃଷ୍ଣ ତ୍ରିପାଠୀ, ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ବରିଷ୍ଠ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ, ଶ୍ରୀମତୀ ବନ୍ଦିତା ପରିଡା, ସୁଦର୍ଶନ ଦାସ ଓ ଶ୍ରୀମତୀ ରଶ୍ମି ମହାପାତ୍ର ରହିଛନ୍ତି। ଖୁବଶୀଘ୍ର କମିଟି ଘଟଣାସ୍ଥଳ ଗସ୍ତ କରି ପିସିସି ସଭାପତିଙ୍କୁ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି।

ବାରମ୍ବାର ଏପରି ଘଟଣା ରାଜ୍ୟରେ ଘଟୁଥିବା ବେଳେ ଶାସକ ଦଳର ମହିଳା ସାଂସଦ, ବିଧାୟିକା ଓ ଏପରିକି ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାମାନଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ବ୍ୟଥିତ କରୁଛି ବୋଲି ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପ୍ରାକ୍ତନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଶ୍ରୀ ପଦ୍ମାକର ଗୁରୁ ଉପସ୍ଥିତ ଥିଲେ।