ପୌର ନିର୍ବାଚନ ପୂର୍ବରୁ କମିସନରେଟ୍‌ ପୁଲିସର ଧରପଗଡ, ୨୦୦ ଜଣଙ୍କୁ ଫାଇନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୌର ନିର୍ବାଚନ ପୂର୍ବରୁ କମିସନରେଟ୍‌ ପୁଲିସର ସ୍ୱତନ୍ତ୍ର ଧରପଗଡ। ସର୍ବସାଧାରଣ ସ୍ଥାନରେ ମଦ ପିଉଥିବାରୁ ୨୦୦ ଜଣଙ୍କୁ ଫାଇନ୍ କରାଯାଇଛି। ସେହିପରି ଖଟି କରୁଥିବା ୯୨ ଜଣଙ୍କୁ ଫାଇନ ସହିତ ୧୨ଟି ଖଟି ଗ୍ରୁପକୁ ଭାଙ୍ଗିଛି କମିସନରେଟ୍ ପୁଲିସ।

ନିର୍ବାଚନକୁ ଅବାଧ ଓ ସ୍ୱଚ୍ଛ କରିବାକୁ ନିର୍ବାଚନ କମିସନର ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ କମିସନରେଟ୍‌ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଧରପଗଡ ମଧ୍ୟ କରାଯାଉଛି। ଆଜି ଧରପଗଡରେ ୨୦୦ ଜଣଙ୍କୁ ଫାଇନ କରାଯାଇଥିବା କମିସନରେଟ୍‌ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ମାର୍ଚ୍ଚ ୨୪ ତାରିଖରେ ପୌରନିର୍ବାଚନ ପାଇଁ ଭୋଟ ହେବ। ସେହିପରି ୨୬ ତାରିଖରେ ଗଣତି କରାଯିବ। ଏହାସହିତ ମାର୍ଚ୍ଚ ୨ ତାରିଖରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ ୭ ତାରିଖରେ ଶେଷ ହେବ।