ଭୁବନେଶ୍ୱର,ଏନ୍ଏନ୍ଏସ୍: ମାର୍ଚ୍ଚ ୩୧ ପୁର୍ବରୁ ବସିବ ବିଧାନସଭା ଅଧିବେଶନ। ରାଜ୍ୟପାଳଙ୍କ ଅନୁମୋଦନ ପରେ ବସିବ ବିଧାନସଭା ଅଧିବେସନ। ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧ ଭାବେ ତାରିଖ ଘୋଷଣା କରାଯିବ।
ଏହା ପରେ ଅଧିବେସନ ଆରମ୍ଭ ହେବ। ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି। ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଯେଉଁ ସଦସ୍ୟ ମାନେ ଗୃହକୁ ଆସି ପାରିବେନି ତାଙ୍କ ପାଇଁ ଭିଡିଓ କନଫରେନ୍ସିଂର ବ୍ୟବସ୍ଥା କରାଯିବ। ବିଭିନ୍ନ ବିଲ୍, ଆଲୋଚନା, ତାରକା ଚିହ୍ନିତ ପ୍ରଶ୍ନ, ପ୍ରଶ୍ନକାଳ, ଶୂନ୍ୟକାଳ ରହିଛି। ସମସ୍ତଙ୍କୁ ନେଇ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିବ ବୋଲି ବାଚସ୍ପତି ଆଶା ପ୍ରକାଶ କରିଛନ୍ତି।