କାଶ୍ମୀର,ଏଜେନ୍ସି: ସୀମାରେ ସେନା ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୯ ବର୍ଷର ପରମ୍ପରା ବଜାୟ ରଖି ଏ ବର୍ଷ ମଧ୍ୟ ସେନାଙ୍କ ସହ ଆଲୋକର ପର୍ବ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ । ଜମ୍ମୁ କାଶ୍ମୀର କାର୍ଗିଲ ଗସ୍ତ କରି ସୀମା ସୁରକ୍ଷାରେ ଥିବା ଯବାନଙ୍କ ସହ ଏହି ପର୍ବକୁ ମନାଇଛନ୍ତି ପିଏମ । ସେନାଙ୍କୁ ମିଠା ଖୁଆଇବା ସହିତ ଦେଶପ୍ରତି ଥିବା ମହାନ କାର୍ଯ୍ୟକୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ । ଏହା ସହିତ ବନ୍ଦେ ମାତରମ ଗୀତରେ ଝୁମିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।