ଏନଏଚଆରସି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,ଏଜେନ୍ସି: ମାନବ ଅଧିକାର ଦିବସ ଉପଲକ୍ଷେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆଦିଲ୍ଲୀରେ ଜାତୀୟ ମାନବ ଅଧିକାର ଆୟୋଗ (ଏନଏଚଆରସି) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ।

ଏହି କାର୍ଯ୍ୟକ୍ରମରେ ଜଷ୍ଟିସ ଅରୁଣ ମିଶ୍ରଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବେ। ଏନେଇ ଏନଏଚଆରସି ପକ୍ଷରୁ ସୂଚନା ମିଳିଛି। ଗତ ସପ୍ତାହରେ ଜାରି କରାଯାଇଥିବା ବିବୃତ୍ତି ଅନୁଯାୟୀ, ଏନଏଚଆରସିର ସଦସ୍ୟ, ସେକ୍ରେଟେରୀ ଜେନେରାଲ୍, ଅନ୍ୟ ବରିଷ୍ଠ ଅଧିକାରୀ ତଥା ବିଧାନ ପରିଷଦ ସଦସ୍ୟ, ଏସଏଚଆରସି, କୂଟନୀତିଜ୍ଞ ଏବଂ ବିଭିନ୍ନ ନାଗରିକ ସମାଜର ସଦସ୍ୟ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।

ପ୍ରତିବର୍ଷ ଡିସେମ୍ବର ୧୦ ରେ ମାନବ ଅଧିକାର ଦିବସ ପାଳନ କରାଯାଏ। ୧୯୪୮ ମସିହାରେ ମିଳିତ ଜାତିସଂଘର ସାଧାରଣ ସଭା ମାନବିକ ଅଧିକାରର ନିୟମ ଘୋଷଣା କରିଥିଲା, ଯାହା ଏକ ମାଇଲଖୁଣ୍ଟ ଦଲିଲ। ଯେଉଁଥିରେ ସମସ୍ତ ମାନବଙ୍କର ଅଧିକାର ଏବଂ ସ୍ୱାଧୀନତାକୁ ସୁରକ୍ଷିତ କରାଯାଇଛି।