ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ: ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସଂସଦ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ରାଜ୍ୟସଭା ଓ ଲୋକସଭା ଉଭୟ ସଦନ ପକ୍ଷରୁ ସଂଯୁକ୍ତ ରୂପେ ବିଦାୟକାଳୀନ ସମାରୋହ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କିୟା ନାୟଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସମେତ ସମସ୍ତ ବରିଷ୍ଠ ସାଂସଦ ଉପସ୍ଥିତ ଥିଲେ ।

ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ବାଚସ୍ପତି ଓମ୍ ବିର୍ଲା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସ୍ମୃତି ଚିହ୍ନ ପ୍ରଦାନ କରାଯାଇଛି । ପରେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦରେ ବିଦାୟୀ ଭାଷଣ ଦେଇଛନ୍ତି ।

ରାମନାଥ କୋବିନ୍ଦ କହିଛନ୍ତି ଯେ, ମୋତେ ରାଷ୍ଟ୍ରପତି ରୂପେ ସେବା କରିବାର ଅବସର ଦେଇଥିବାରୁ ଦେଶର ନାଗରିକଙ୍କଠାରେ ସର୍ବଦା ଆଭାରୀ ରହିବି । ୫ ବର୍ଷ ପୂର୍ବରୁ ମୁଁ ଏଠାରେ ସେଣ୍ଟ୍ରାଲ ହଲରେ ଶପଥ ନେଇଥିଲି । ମୋ ହୃଦୟରେ ସବୁ ସାଂସଦଙ୍କ ପାଇଁ ଖାସ୍ ଜାଗା ରହିଛି ।