Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପବିତ୍ର ରଥଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପବିତ୍ର ରଥଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସମୟ ଗଡ଼ୁଛି ଉତ୍କଣ୍ଠା ଗଡ଼ୁଛି ରଥରେ ବିଶ୍ବନିୟନ୍ତାଙ୍କୁ ଦେଖିବାକୁ ମନ ଆତୁର ହେଉଛି । ଆଜି ପବିତ୍ର ରଥଯାତ୍ରା ବା ଶ୍ରୀଗୁଣ୍ଡିଚା ଯାତ୍ରା । ରତ୍ନ ସିଂହସନ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇବେ ଶ୍ରୀଜିଉ । ତିନି ରଥରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବେ ତିନି ଠାକୁର । ପବିତ୍ର ଘୋଷଯାତ୍ରା ଅବସରରେ ରାଷ୍ଟ୍ରପତି ଦ୍ରୌପତୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପବିତ୍ର ରଥଯାତ୍ରା ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଟ୍ବିଟ କରି ରାଷ୍ଟ୍ରପତି କହିଛନ୍ତି, ”ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଭକ୍ତି ଓ ସମର୍ପଣର ଏହି ପର୍ବରେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ସମସ୍ତଙ୍କୁ ସୁଖ, ସୁସ୍ଥ ଓ ସମୃଦ୍ଧି ଦିଅନ୍ତୁ ଏତିକି କାମନା ।”

ସେହିପରି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଟ୍ବିଟ କରି କହିଛନ୍ତି, ”ପବିତ୍ର ରଥଯାତ୍ରାର ଶୁଭେଚ୍ଛା । ସମଗ୍ର ବିଶ୍ବରେ ରଥଯାତ୍ରାର ଏକ ସ୍ବତନ୍ତ୍ର ପରିଚୟ ରହିଛି । ଦେଶର ଅଲଗା ଅଲଗା ରାଜ୍ୟରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଧୁମଧାମରେ ପାଳନ ହୋଇଥାଏ । ଓଡିଶା ପୁରୀର ରଥଯାତ୍ରା ଅଦ୍ଭୂତ । ଏହି ରଥଯାତ୍ରା ଏକ ଭାରତ ଓ ଶ୍ରେଷ୍ଠ ଭାରତର ପ୍ରତୀକ । ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ସୁସ୍ଥ, ସୁଖ ଓ ସମୃଦ୍ଧି ଆଣି ଦିଅନ୍ତୁ ଏତିକି କାମନା ।”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ବନିୟନ୍ତା ବଡ ଠାକୁରଙ୍କ ରଥଯାତ୍ରା ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ୍‌ କରି ଲେଖିଛନ୍ତି, ”ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଶ୍ରୀଗୁଣ୍ଡିଚା ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା । ଓଡ଼ିଶା ତଥା ଓଡିଶାବାସୀଙ୍କ ସୁଖ ଓ ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରୁଛି ।”

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ପବିତ୍ର ରଥଯାତ୍ରା ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ୍‌ କରି ଲେଖିଛନ୍ତି, ”ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ୨୦୨୩ ଅବସରରେ ମୁଁ ବିଶ୍ବର କୋଣ ଅନୁକୋଣରେ ଥିବା ଶ୍ରୀଜଗନ୍ନାଥପ୍ରେମୀ ଭକ୍ତଜନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଉଛି । ଶ୍ରୀଜଗନ୍ନାଥ ଚେତନା ଓ ଦର୍ଶନ ରହିଛି ମାନବଜାତିର ଉତ୍ତରଣ ଓ ଆଧ୍ୟତ୍ମ ଅନ୍ବେଷଣର ମାର୍ଗ । ସମାଜର ଏହା ଶାନ୍ତି, ମୈତ୍ରୀ, ପ୍ରେମ ଓ ଭ୍ରାତୃଭାବର ପ୍ରତିଷ୍ଠାରେ ସହାୟକ ହେଉ ବୋଲି କାମନା କରୁଛି ।”

ପବିତ୍ର ଘୋଷଯାତ୍ରା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ଶୁଭେଚ୍ଛ ଜଣାଇଛନ୍ତି । ଟ୍ବିଟ୍‌ କରି ସେ ଲେଖିଛନ୍ତି, ”ପବିତ୍ର ରଥଯାତ୍ରାର ହାର୍ଦ୍ଦିକ ଶୁଭକାମନା । ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ସୁସ୍ଥ, ସୁଖ ଆଉ ସମୃଦ୍ଧି ଦିଅନ୍ତୁ । ଜୟ ଜଗନ୍ନାଥ ।” ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ନେଇ ବଡଦାଣ୍ଡରେ ତିନିଠାକୁରଙ୍କ ଅପେକ୍ଷାରେ ରହିଛି ତିନିରଥ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ । କେତେବେଳେ କାଳିଆ ସାଆନ୍ତେ ଝୁଲିଝୁଲି ଆସିବେ ରଥରେ ବିରାଜିବେ । ରଥ ପଥ ପ୍ରସ୍ତୁତ ଅପେକ୍ଷା କେବଳ ସେ ଦିବ୍ୟ ମୁହୂର୍ତ୍ତକୁ । ସକାଳ ସାଢେ 9ଟାରେ ପହଣ୍ଡି ଅପରାହ୍ନ 4ଟାରୁ ରଥରଣା ଆରମ୍ଭ ପାଇଁ ନୀତି ନିର୍ଘଣ୍ଟ ହୋଇଛି ।