ଆଜି ଦୀପାବଳି, ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ,ଏଜେନ୍ସି: ଶ୍ରଦ୍ଧା ଓ ଭକ୍ତିର ପର୍ବ ଆଲୋକର ପର୍ବ ଦୀପାବଳି । ଦୀପ ଓ ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଛି ପୁରପଲ୍ଲୀ । ସବୁଠି ଖୁସିର ମାହୋଲ । ପ୍ରତିଟି ହିନ୍ଦୁ ପରିବାରରେ ପାଳିତ ହେଉଥିବା ଏକ ପ୍ରମୁଖ ପର୍ବ ଦୀପାବଳି । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।”

“ଟ୍ବିଟ ଜରିଆରେ ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି କହିଛନ୍ତି, ”ସମସ୍ତ ଦେଶବାସୀଙ୍କୁ ଦୀପାବଳୀର ହାର୍ଦ୍ଦିକ ଶୁଭକାମନା । ଆଶାର ଏହି ପବିତ୍ର ପର୍ବରେ ଜ୍ଞାନର ଉର୍ଜାର ଦୀପକୁ ପ୍ରଜ୍ଜୋଳିତ କରି ସମସ୍ତଙ୍କ ଜୀବନରେ ଖୁସି ଆଣିବାକୁ ପ୍ରୟାସ କରନ୍ତୁ । ଏହି ମହାପର୍ବରେ ସମସ୍ତ ଦେଶବାସୀଙ୍କ ଜୀବନରେ ସୁଖ ସମୃଦ୍ଧି ଭରି ଯାଉ ଏତିକି ପ୍ରାର୍ଥନା ।””

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟ୍ବିଟ ଜରିଆରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦୀପାବଳିରେ ସମସ୍ତଙ୍କୁ ଢେର ଶୁଭେଚ୍ଛା । ଏହି ପର୍ବରେ ସମସ୍ତଙ୍କ ଜୀବନରେ ଖୁସି ଓ ଉତ୍ତମ ସ୍ବାସ୍ଥ୍ୟ ନେଇ ଆସୁ । ପରିବାର ଓ ବନ୍ଧୁଙ୍କ ସହ ଆନନ୍ଦ ଉଲ୍ଲାସରେ ଏହି ପର୍ବ ପାଳନ କରନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପବିତ୍ର ଦୀପାବଳୀରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ”ଆଲୋକ ଓ ଆନନ୍ଦର ପର୍ବ ଦୀପାବଳିରେ ସମସ୍ତଙ୍କୁ ଶୁଭେଚ୍ଛା । ବିକାଶର ଆଲୋକରେ ସମସ୍ତଙ୍କ ଜୀବନକୁ ଉଦଭାସିତ କରିବା ପାଇଁ ଆସନ୍ତୁ ସମସ୍ତେ ସଂକଳ୍ପବଦ୍ଧ ହୋଇ କାମ କରିବା ଏବଂ ଓଡିଶାର ଗୌରବକୁ ନୂତର ଶିଖରରେ ପହଁଞ୍ଚାଇବା ।”

ସେହିପରି ରାଜ୍ୟପାଳ ଗଣେଶୀ ଲାଲ ପବିତ୍ର ଦୀପାବଳିରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ରାଜ୍ଯପାଳ କହିଛନ୍ତି, ଆଲୋକର ପର୍ବ ଦୀପାବଳି ଶୁଭ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ମୋର ଶୁଭେଚ୍ଛା । ଏହି ପବିତ୍ର ଦିନରେ ସମସ୍ତଙ୍କ ଜୀବନ ସୁଖ ସମୃଦ୍ଧିରେ ଭରିଯାଉ ।”

ପବିତ୍ର ଦୀପାବଳିରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ବିଟ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ”ପବିତ୍ର ପର୍ବରେ ସମସ୍ତଙ୍କ ଜୀବନ ଜୀବନ ସୁଖ ସମୃଦ୍ଧି ଉତ୍ତମ ସ୍ବାସ୍ଥ୍ୟ ଆଣିଦେଉ ।”