୪ଟି ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ମୌସୁମୀ ଅଧିବେସନ ସମୟରେ ସଂସଦରେ ଲଗାତାର ୪ଟି ବିଲ ପାରିତ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡିଜିଟାଲ ବ୍ୟକ୍ତିଗତ ଡାଟା ସଂରକ୍ଷଣ ବିଲ୍‌, ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ବିଲ, ଜନ ବିଶ୍ୱାସ ବିଲ ଓ ଦିଲ୍ଲୀ ସେବା ବିଲ ହସ୍ତାକ୍ଷର କରିଛନ୍ତି । ସେଥିମଧ୍ୟରୁ ଯେଉଁ ୨ଟି ବିଲ୍ ଏବେ ଆଇନ ହୋଇଯାଇଛି ତାହାକୁ ବିରୋଧୀ କଡ଼ା ବିରୋଧ କରିଥିଲେ।

‘ଇଣ୍ଡିଆ’ ମେଣ୍ଟ ରାଷ୍ଟ୍ରୀୟ ରାଜଧାନୀରେ ସେବା ନିୟନ୍ତ୍ରଣ ଆଇନକୁ ଦୃଢ଼ ଭାବେ ବିରୋଧ କରିଥିଲା । ଏହି ବିଲ ପାରିତ କରିବା ପାଇଁ ସଂସଦରେ ଯେତେବେଳେ ଧ୍ୱନିମତ ହୋଇଥିଲା ସେହି ସମୟରେ ବିରୋଧୀ ସଂସଦରୁ ପଳାଇ ଆସିଥିଲେ ।