ଉନ୍ନୟନ କମିସନର ପ୍ରଦୀପ୍ତ ଜେନାଙ୍କୁ କରୋନା, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: କୋଭିଡ କଟକଣା ପ୍ରସ୍ତୁତର ମୁଖ୍ୟ ତଥା ବରିଷ୍ଠ ପ୍ରଶାସକ ପ୍ରଦୀପ୍ତ ଜେନାଙ୍କୁ କରୋନା। ତାଙ୍କ ଠାରେ କୋଭିଡର ଲକ୍ଷଣ ଦେଖାଯିବା ପରେ ପ୍ରଦୀପ୍ତ ସଙ୍ଗରୋଧରେ ରହି କୋଭିଡ ଟେଷ୍ଟ କରିଥିଲେ। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିବାରୁ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏକ ସ୍ୱତନ୍ତ୍ର ଡାକ୍ତର ଦଳ ପ୍ରଦୀପ୍ତଙ୍କର ଚିକିତ୍ସା କରୁଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଉପରେ କଡା ନଜର ରଖାଯାଇଛି।

ମହାମାରୀ ସମୟରେ ଗାଇଡଲାଇନ ପ୍ରସ୍ତୁତ ହେଉ ଅବା ଲୋକଙ୍କ ସଚେତନତା କ୍ଷେତ୍ରରେ ଆଗରେ ଥିଲେ ପ୍ରଦୀପ୍ତ। ପ୍ରଦୀପ୍ତ ଅସୁସ୍ଥ ହେବା ସରକାରଙ୍କ ଲାଗି ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅନ୍ୟପଟେ ଏମଏସଏମଇ ସଚିବ ସତ୍ୟବ୍ରତ ସାହୁ ଓ ଗୁଇନ୍ଦା ଡିଆଇଜି ଅନୁପ ସାହୁ ସୁସ୍ଥ ହୋଇଛନ୍ତି। ଉଭୟ କୋଭିଡ ସଂକ୍ରମିତ ହୋଇଥିଲେ।