ଗତ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୬୩୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ସାମାନ୍ୟ କରୋନା ସଂକ୍ରମଣ କମିଥିବା ଜଣାପଡିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୧୦,୬୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମିତଙ୍କ ମଧ୍ୟରେ କ୍ୱାରେଣ୍ଟାଇନ ସେଣ୍ଟରରୁ ୬,୦୧୨ ଜଣ ଓ ଲୋକାଲରୁ ୪,୬୨୩ ଜଣ ଚିହ୍ନଟ ହୋଇଛନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୫୬୪ ଜଣ ସଂକ୍ରମିତ ଅଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୯୪୩ ଜଣ ଥିବା ବେଳେ, କଟକରୁ ୮୮୭, ସମ୍ବଲପୁରରୁ ୬୪୧, ଅନୁଗୁଳରୁ ୫୫୯, କଳାହାଣ୍ଡିରୁ ୪୬୯, ଝାରସୁଗୁଡ଼ାରୁ ୪୫୬, ବରଗଡ଼ରୁ ୪୪୩, ପୁରୀରୁ ୪୩୪, ନବରଙ୍ଗପୁରରୁ ୩୩୬, ନୂଆପଡ଼ାରୁ ୩୨୪, ବଲାଙ୍ଗୀରରୁ ୩୧୮, ବାଲେଶ୍ୱରରୁ ୩୦୧, ଯାଜପୁରରୁ ୨୯୦, ଷ୍ଟେଟ୍ ପୁଲରୁ ୨୭୩, ଗଞ୍ଜାମ ୨୬୬, ନୟାଗଡ଼ ୨୫୩, କେନ୍ଦୁଝରରୁ ୧୯୩ ଜଣ ସଂକ୍ରମିତ ଅଛନ୍ତି। ଅନ୍ୟପଟେ ମୟୂରଭଞ୍ଜରୁ ୧୭୯, ବୌଦ୍ଧରୁ ୧୭୯, ରାୟଗଡ଼ାରୁ ୧୫୮, ସୋନପୁରରୁ ୧୪୯, ଢେଙ୍କାନାଳରୁ ୧୪୬, ଜଗତସିଂହପୁର ୧୪୦, ଦେବଗଡ଼ରୁ ୧୩୭, କୋରାପୁଟରୁ ୧୨୭, କେନ୍ଦ୍ରାପଡ଼ାରୁ ୧୧୭, ଗଜପତିରୁ ୧୦୧, ଭଦ୍ରକରୁ ୧୦୦, ମାଲକାନଗିରି ୭୯ ଓ କନ୍ଧମାଳରୁ ୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୫ ଲକ୍ଷ ୩୪ ହଜାର ୮୪୨ରେ ପହଞ୍ଚିଛି। ସେଥିରୁ ୪ ଲକ୍ଷ ୩୯ ହଜାର ୩୨୨ ଜଣ ସୁସ୍ଥ ହୋଇଛନ୍ତି ଓ ୯୩ ହଜାର ୨୮୭ ଜଣ ଚିକିତ୍ସାଧୀନ ଅଛନ୍ତି।