କଂଗ୍ରେସରେ ଯୋଗ ନଦେବାର ନିଷ୍ପତ୍ତି ପରେ ଆସିଲା ପ୍ରଶାନ୍ତ କିଶୋରଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: କଂଗ୍ରେସରେ ଯୋଗ ନଦେବାର ପଦକ୍ଷେପ ପରେ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ମୁଁ କଂଗ୍ରେସରେ ସାମିଲ ହେବା ଓ ନିର୍ବାଚନ ଦାୟିତ୍ୱ ନେବାର ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛି । ଦୃଢ଼ ହୋଇଯାଇଥିବା ସମସ୍ୟାକୁ ପରିବର୍ତ୍ତନ ଆଧାରରେ ସୁଧାରିବା ପାଇଁ କଂଗ୍ରେସକୁ ମୋ ବଦଳରେ ନେତୃତ୍ୱ ଓ ସାମୁହିକ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି । ଏନେଇ ଟ୍ୱିଟର ମାଧ୍ୟମରେ ପ୍ରଶାନ୍ତ ସୂଚନା ପ୍ରଦାନ କରିଛନ୍ତି ।

ପ୍ରଶାନ୍ତ କିଶୋର ଟ୍ୱିଟ୍ କରିବା ପୂର୍ବରୁ କଂଗ୍ରେସ କହିଥିଲା ଯେ, ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ‘ବିଶେଷାଧିକାର ପ୍ରାପ୍ତ କାର୍ଯ୍ୟ ସମୂହ-୨୦୨୪’ର ଅଂଶ ହୋଇ ପାର୍ଟିରେ ସାମିଲ ହେବାକୁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ସେ ଏହାକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି ।