Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସଶସ୍ତ୍ର ସୀମାବଳ ଏବଂ ବିହାର ସରକାରଙ୍କ ମିଳିତ ଉଦ୍ୟମକୁ ପ୍ରଂଶସା; ଉଦ୍ଧାର ୪୦୦ ପଶୁଙ୍କୁ ସ୍ଥାୟୀ ସେବା ଯୋଗାଇବ ଭନ୍ତାରା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସଶସ୍ତ୍ର ସୀମାବଳ ଏବଂ ବିହାର ସରକାରଙ୍କ ମିଳିତ ଉଦ୍ୟମକୁ ପ୍ରଂଶସା; ଉଦ୍ଧାର ୪୦୦ ପଶୁଙ୍କୁ ସ୍ଥାୟୀ ସେବା ଯୋଗାଇବ ଭନ୍ତାରା

ଜାମନଗର: ଶିଳ୍ପପତି ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଭନ୍ତାରା’ (ଅବହେଳିତ ପଶୁଙ୍କ ଥଇଥାନ ତଥା ଚିକିତ୍ସା ପାଇଁ ଏକ ପଶୁ ଚିକିତ୍ସା କେନ୍ଦ୍ର ଭାବେ ପରିଚିତ) ବର୍ତ୍ତମାନ ୭୪ଟି ମଇଁଷି, ଏବଂ ୩୨୬ ଛେଳି ସମେତ ୪୦୦ ପଶୁଙ୍କୁ ଏକ ସ୍ଥାୟୀ ବାସସ୍ଥାନ ଯୋଗାଇବା ପାଇଁ ପ୍ରସ୍ତୁତ ହେଉଛି। ଏହି ପଶୁମାନଙ୍କୁ ଗଢ଼ିମାଇ ମହୋତ୍ସବ ସହ ଜଡିତ ଏକ ନିଷ୍ଠୁର ପଶୁବଳି କାର୍ଯ୍ୟକ୍ରମ ପାଇଁ ବେଆଇନ ଭାବେ ପରିବହନ କରାଯାଉଥିବା ବେଳେ ଉଦ୍ଧାର କରାଯାଇଛି। ତେବେ ଏହି ଉଦ୍ଧାର କାର୍ଯ୍ୟକୁ ଭାରତର ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି) ବିହାର ସରକାରଙ୍କ ସହଯୋଗରେ ସଫଳ ରୂପେ ସମ୍ପାଦନ କରିପାରିଥିଲା। ଏହି ପଶୁମାନଙ୍କୁ ବେଆଇନ ଭାବେ ଭାରତର ଉତ୍ତର ରାଜ୍ୟରୁ ନେପାଳକୁ ପରିବହନ କରାଯାଉଥିଲା, କିନ୍ତୁ ପିପୁଲ୍ସ ଫର ଆନିମଲ୍ସ (ପିଏଫ୍‌ଏ) ଏବଂ ହ୍ୟୁମାନ ସୋସାଇଟି ଇଣ୍ଟରନ୍ୟାସନାଲ (ଏଚ୍‌ଏସ୍‌ଆଇ) ପରି ଅଗ୍ରଣୀ ପଶୁ କଲ୍ୟାଣ ସଂଗଠନ ସହାୟତାରେ ଏସ୍‌ଏସ୍‌ବି କର୍ମଚାରୀମାନେ ସେମାନଙ୍କୁ ରୋକିବାରେ ସଫଳ ହୋଇଥିଲେ।

ଭନ୍ତାରା’ର ପ୍ରାଣୀ ଚିକିତ୍ସକମାନେ ଉଦ୍ଧାର ହୋଇଥିବା ପଶୁମାନଙ୍କୁ ପରୀକ୍ଷା କରିଥିଲେ ଏବଂ ଜାଣିବାକୁ ପାଇଥିଲେ ଯେ, ଏହି ପଶୁମାନଙ୍କୁ ଅନେକ ଦିନ ପର୍ଯ୍ୟନ୍ତ ଖାଦ୍ୟ ଏବଂ ଜଳ ବିନା ଅତ୍ୟଧିକ ଯନ୍ତ୍ରଣାଦାୟକ ପରିବହନ ତଥା ନିର୍ଯାତନା ସହିବାକୁ ପଡିଛି। ଏବେ ଏସବୁ ପଶୁ ଭନ୍ତାରା ଅଭୟାରଣ୍ୟରେ ଆବଶ୍ୟକ ଚିକିତ୍ସା ସେବା ତଥା ଯତ୍ନ ପାଇବେ, ଯାହାକି ପୂର୍ବରୁ ବହୁ ଉଦ୍ଧାର ହୋଇଥିବା କୃଷିଜାତ ପଶୁଙ୍କ ପାଇଁ ଏକ ସୁରକ୍ଷିତ ଆଶ୍ରୟସ୍ଥଳ ସାବ୍ୟସ୍ତ ହୋଇସାରିଛି। ଏଥିରେ ୨୧ଟି ଛୋଟ ଛେଳି (ଯେଉଁମାନଙ୍କୁ ବିଶେଷ ଯତ୍ନର ଆବଶ୍ୟକ ରହିଛି), ସେମାନଙ୍କୁ ଉତ୍ତରାଖଣ୍ଡର ପିଏଫ୍‌ଏ ଦ୍ୱାରା ପରିଚାଳିତ ତଥା ଡେରାଡୁନ ସ୍ଥିତ ‘ହାପି ହୋମ୍ ଅଭୟାରଣ୍ୟକୁ ପଠାଯିବ। ପିପୁଲ୍ସ ଫର ଆନିମଲ୍ସ ପବ୍ଲିକ୍ ପଲିସି ଫାଉଣ୍ଡେସନର ପ୍ରତିଷ୍ଠାତା ଗୌରୀ ମୌଲେଖୀ ମଧ୍ୟ ଏହି ଉଦ୍ଧାର କାର୍ଯ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି।

ଅତ୍ୟଧିକ କଷ୍ଟଦାୟକ ପରିସ୍ଥିତିରେ ବେଆଇନ ପଶୁ ପରିବହନକୁ ରୋକିବାରେ ଏସ୍‌ଏସ୍‌ବି ଏବଂ ବିହାର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଚ୍ୟାଲେଞ୍ଜିଂ ପରିସ୍ଥିତିରେ, ଏସଏସ୍‌ବି ସହ ଆମର ଦଳ ମିଳିତ ଭାବେ ଏହି ପ୍ରାଣୀମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ସଫଳ ପ୍ରୟାସ କରିଥିଲେ, ଯାହା ଆଇନ ପ୍ରଣୟନ ତଥା ପଶୁମାନଙ୍କ ଜୀବନ ପ୍ରତି ସେମାନଙ୍କର ନିରନ୍ତର ପ୍ରତିବଦ୍ଧତାକୁ ଦର୍ଶାଏ। ଏହି ଅସାଧାରଣ ମାମଲାରେ ଆବଶ୍ୟକ ପୁନର୍ବାସ ସହାୟତା ଯୋଗାଇ ଦେଇଥିବାରୁ ଏବଂ ହସ୍ତକ୍ଷେପ କରିଥିବା କାରଣରୁ ଆମେ ଅନନ୍ତ ଅମ୍ବାନୀ ଏବଂ ଭନ୍ତାରା କର୍ମକର୍ତ୍ତାଙ୍କ ପ୍ରତି କୃତଜ୍ଞତା ଜଣାଉଛୁ।

ଭାରତ-ନେପାଳ ସୀମା ନିକଟରେ ଆୟୋଜିତ ହୋଇଥିବା ଗଢ଼ିମାଇ ଉତ୍ସବକୁ ବିଶ୍ୱର ସର୍ବବୃହତ ରୀତିନୀତି ଅନୁଯାୟୀ ପଶୁ ବଳି ପର୍ବ ଭାବରେ ବିବେଚନା କରାଯାଏ। କେବଳ ୨୦୧୪ରେ ୫,୦୦,୦୦୦ ରୁ ଅଧିକ ପଶୁଙ୍କୁ ଏଠାରେ ବଳିଦିଆଯାଇଥିଲା। ଏହି ପଶୁମାନଙ୍କ ମଧ୍ୟରୁ ଅଧିକାଂଶ ଭାରତରୁ ବେଆଇନ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରୁ ବେଆଇନ ଭାବେ ପରିବହନ କରାଯାଇଥିଲା, ଯେଉଁଠାରେ ସେମାନେ ଅତ୍ୟଧିକ ନିଷ୍ଠୁରତାର ଶିକାର ହୋଇଥିଲେ। ସୀମାବର୍ତ୍ତୀ ଗୋରୁ ଚୋରା ଚାଲାଣକୁ ରୋକିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଅନେକ ନିର୍ଦ୍ଦେଶ ସତ୍ତ୍ୱେ ଯେଉଁଥିରେ ରପ୍ତାନି ଲାଇସେନ୍ସ ବିନା ପରିବହନକୁ ବାରଣ କରିବା ଏବଂ ସଶସ୍ତ୍ର ସୀମା ବଳଙ୍କ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ସାମିଲ ରହିଛି, ବେଆଇନ୍ ପଶୁ ଚାଲାଣ ଭଳି କାର୍ଯ୍ୟ ଜାରି ରହିଛି। ତେବେ ଏହି ଉଦ୍ଧାର କାର୍ଯ୍ୟ ବଳି ରୀତିନୀତି ସହିତ ଜଡିତ ପଶୁ କଲ୍ୟାଣ ଆହ୍ୱାନ ଏବଂ ଏହି ଅଭ୍ୟାସ ବିରୁଦ୍ଧରେ ଆଇନ କାର୍ଯ୍ୟକାରୀ କରିବାକୁ ଆବଶ୍ୟକ ସାମୂହିକ ପ୍ରୟାସକୁ ଆଲୋକିତ କରେ ।