ଯୁଦ୍ଧ ବନ୍ଦ ପାଇଁ ପୁଟିନ୍‌ ଓ ଜେଲେନସ୍କିଙ୍କୁ ପୋପ୍‌ଙ୍କ ଅପିଲ୍‌, ଆଲୋଚନା ଉଦ୍ୟମ ପାଇଁ ବିଶ୍ୱ ନେତାଙ୍କୁ ଅନୁରୋଧ

ପ୍ୟାରିସ୍‌,ଏଜେନ୍ସି: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ। ଯୁଦ୍ଧ ବନ୍ଦ ପାଇଁ ରୁଷ ରାଷ୍ଟ୍ରପତି ପୁଟିନ୍‌ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦମିର ଜେଲେନ୍‌ସ୍କିଙ୍କୁ ଅପିଲ କରିଛନ୍ତି ପୋପ ଫ୍ରାନ୍ସିସ୍‌। ସେହିପରି ଯୁଦ୍ଧ ବନ୍ଦ ସହ ଆଲୋଚନା ପାଇଁ ଉଦ୍ୟମ କରିବାକୁ ପୋପ ବିଶ୍ୱର ନେତାଙ୍କୁ ଅନୁରୋଧ କରିଛନ୍ତି । ତୁରନ୍ତ ଯୁଦ୍ଧ ବିରତି ପାଇଁ ଆହ୍ଵାନ କରିଛନ୍ତି ପୋପ୍‌।

ଯୁଦ୍ଧକୁ ଭୟାବହ ଓ ତ୍ରୁଟି ବୋଲି କହିଛନ୍ତି। ପୋପ କହିଛନ୍ତି, ସାତ ମାସର ଯୁଦ୍ଧ ପରେ ଏବେ ସମସ୍ତଙ୍କୁ କୂଟନୈତିକ ସହାୟତା ନେବାକୁ ହେବ। କଥାବାର୍ତ୍ତା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଏଥିସହ ପୋପ୍‌ କହିଛନ୍ତି, କେବେ ବି ଯୁଦ୍ଧ ସମାପ୍ତ ନହେବା ଏହି ସଙ୍କଟର ପରିମାଣ ପରମାଣୁ ଯୁଦ୍ଧ ସୃଷ୍ଟି କରିପାରେ। ସେହିପରି ୟୁକ୍ରେନ୍‌ର ୪ ଅଞ୍ଚଳକୁ ଛଡ଼ାଇ ପୁଟିନ ଅନ୍ତର୍ଜାତୀୟ ନିୟମର ଉଲଂଘନ କରିଥିବା ଅଭିଯୋଗ ଆଣି ପୋପ ରୁଷର ପଦକ୍ଷେପକୁ ନିନ୍ଦା କରିଛନ୍ତି।