କରୋନାକୁ ନେଇ ଏମ୍ସ ନିର୍ଦ୍ଦେଶକ ଦେଲେ ଏଭଳି ଚେତାବନୀ

ନୂଆଦିଲ୍ଲୀ, ଏଜେନ୍ସି: କରୋନାକୁ ନେଇ ପୁଣି ଏମ୍ସ ନିର୍ଦ୍ଦେଶକ ଚେତାବନୀ ଦେଇଛନ୍ତି। ଏମ୍ସ ର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ଯଦି ପ୍ରଦ୍ୟୁଷଣ ବଢେ ତେବେ ପୁଣି କରୋନା ବଢିବାର ସମ୍ଭାବନା ରହିଛି। ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦ୍ୟୁଷଣକୁ ଦେଖି ଶ୍ରୀ ଗୁଲେରିଆ ଏପରି କହିଛନ୍ତି। ସେ କହିଛନ୍ତି ବାୟୁ ପ୍ରଦ୍ୟୁଷଣ ଯେତେଯେତେ ବଢିବ ସେହି ଅନୁସାରେ କରୋନ ସଂକ୍ରମଣ ବଢିବ। ପ୍ରଦ୍ୟୁଷଣରେ କରୋନା ଭୂତାଣୁ ରହି ଲୋକଙ୍କ ଶରୀରରେ ପ୍ରବେଶ କରିବ। ସେ ଆହୁରି କହିଛନ୍ତି ବର୍ତ୍ତମାନ ଅନଲକ ହୋଇ ସାରିଛି। ଫଳରେ ପ୍ରଦ୍ୟୁଷଣ ମାତ୍ରା ଧିରେଧିରେ ବଢିବାରେ ଲାଗିଛି। ଏହା ଆଗକୁ ସମସ୍ୟା ସୃଷ୍ଟି କରିବ।