ଜାଗର ଯାତ୍ରା ପାଇଁ କମିଶନରେଟ ପୁଲିସର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା କାଲି ମହାଶିବରାତ୍ରି। ଆସନ୍ତା କାଲି ମନ୍ଦିରମାନଙ୍କରେ ଯେପରି ଜନସମାଗମ ନହୁଏ ସେ ନେଇ ଆଜି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସୁରକ୍ଷା ଦାୟିତ୍ୱରେ ୩୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଡିସିପିଙ୍କ ଅଧୀନରେ ୫ ଜଣ ଅତିରିକ୍ତ ଡିସିପି ଓ ୧୩ ଜଣ ଏସିପି ରହିବେ। ଭିଡ଼ ନିୟନ୍ତ୍ରଣ ଦାୟିତ୍ୱରେ ରହିବେ ୧୭ ଇନ୍ସପେକ୍ଟର ଓ ୮୬ ସବଇନ୍ସପେକ୍ଟର।

ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କରୋନା କଟକଣା ପାଇଁ ଭିଡ଼ ନକରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।