ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼, ହତ୍ୟା ମାମଲା ରୁଜୁ କଲା ରେଳବାଇ ପୁଲିସ୍

ପୁରୁଣା ଭୁବନେଶ୍ୱର,ଏନ୍ଏନ୍ଏସ୍: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ଆଉ ଏକ ନୂଆ ମୋଡ଼ ଆସିଛି। ପ୍ରଥମେ ଏହାକୁ ଏକ ଆତ୍ମହତ୍ୟା କୁହାଯାଉଥିବା ବେଳେ ରେଳବାଇ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି।

ଆଜି ଆଦିତ୍ୟର ବ୍ୟବଚ୍ଛେଦ ରିପୋର୍ଟ ରେଳବାଇ ପୁଲିସର ହସ୍ତଗତ ହୋଇଛି। ପଛ ମୁଣ୍ଡରେ ଜୋରରେ ଆଘାତ ଲାଗିବାରୁ ଆଦିତ୍ୟର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଥିବା କୁହାଯାଉଛି। ଏନେଇ ଆଦିତ୍ୟଙ୍କ ସଂଗଠନ ପିପୁଲସ୍ ଫର୍ ସେବାର କିଛି ସଦସ୍ୟଙ୍କ ଅଭିଯୋଗ ଆଧାରରେ ଏହି ହତ୍ୟା ମାମଲା ରୁଜୁ ହୋଇଛି। ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ ସମାଜସେବୀ ଆଦିତ୍ୟ ଦାଶଙ୍କର ମୃତ ଦେହ ଗତ ୭ ତାରିଖ ଦିନ ରେଳବାଇ ପୁଲିସ ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଥିଲା। ଆଜି ମୃତ ଆଦିତ୍ୟର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି କୁହାଯାଉଛି।