ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ ପୁଣି କରୋନାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୫୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି କରୋନାରେ ମୃତ୍ୟୁ ଘଟିଥିବା ୪ ଜଣଙ୍କ ମଧ୍ୟରେ ୩ ଜଣ ଗଞ୍ଜାମ ଜିଲ୍ଲାର ଓ ଅନ୍ୟ ଜଣେ ଭଦ୍ରକ ଜିଲ୍ଲାର।
ଗଞ୍ଜାମରେ ମୃତ୍ୟୁ ହୋଇଥିବା ୩ ଜଣଙ୍କ ମଧ୍ୟରେ ପ୍ରଥମ ଜଣଙ୍କ ୬୫ ବର୍ଷୀୟ ମହିଳା, ସେ ଡାଇବେଟିସ ଓ ହାଇପର ଟେନସନରେ ପୀଡ଼ିତ ଥିଲେ। ଦ୍ୱିତୀୟ ମୃତକ ଜଣଙ୍କ ୫୮ ବର୍ଷୀୟ ବ୍ୟକ୍ତି ଏବଂ ତାଙ୍କ ଶରୀରରେ ମଧ୍ୟ ଅନେକ ସମସ୍ୟା ଥିଲା। ତୃତୀୟ ମୃତକ ଜଣଙ୍କ ୬୩ ବର୍ଷୀୟ ବ୍ୟକ୍ତି, ସେ ଡାଇବେଟିସରେ ପୀଡ଼ିତ ଥିଲେ। ସେହିପରି ଭଦ୍ରକ ଜିଲ୍ଲାର ମୃତକ ଜଣଙ୍କ ୫୮ ବର୍ଷୀୟ ବ୍ୟକ୍ତି। ସେ ଡାଇବେଟିସ ଓ କିଡନୀ ରୋଗରେ ପୀଡିତ ଥିଲେ। ଚିକିତ୍ସିତ ଅବସ୍ଥାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।