ହାଇଦ୍ରାବାଦ,ଏଜେନ୍ସି: ହାଇଦ୍ରାବାଦ ଗଣ ଦୁଷ୍କର୍ମ ମାମଲରେ ଶୁକ୍ରବାର ହାଇଦ୍ରାବାଦ ପୁଲିସ ଦ୍ୱାରା ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯାଇଛି। ସୂଚନା ଅନୁସାରେ ଗୁରୁବାର ଜାତୀୟ ରାଜପଥ-୪୪ର ଚେତନାପାଲୀ ଓଭରବ୍ରିଜ ନିକଟରେ ଏହି ଏନକାଉଣ୍ଟର ହୋଇଛି। ଏହି ଓଭରବ୍ରିଜ ତଳେ ସେମାନେ ପ୍ରାଣୀ ଚିକିତ୍ସିକାଙ୍କୁ ପୋଡି ମାରିଥିଲେ।
