ହାଇଦ୍ରାବାଦ ପ୍ରାଣୀ ଚିକିତ୍ସିକା ଦୁଷ୍କର୍ମ ମାମଲା, ପୁଲିସ ଏନକାଉଣ୍ଟରେ ୪ ଅଭିଯୁକ୍ତ ମୃତ

ହାଇଦ୍ରାବାଦ,ଏଜେନ୍ସି: ହାଇଦ୍ରାବାଦ ଗଣ ଦୁଷ୍କର୍ମ ମାମଲରେ ଶୁକ୍ରବାର ହାଇଦ୍ରାବାଦ ପୁଲିସ ଦ୍ୱାରା ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯାଇଛି। ସୂଚନା ଅନୁସାରେ ଗୁରୁବାର ଜାତୀୟ ରାଜପଥ-୪୪ର ଚେତନାପାଲୀ ଓଭରବ୍ରିଜ ନିକଟରେ ଏହି ଏନକାଉଣ୍ଟର ହୋଇଛି। ଏହି ଓଭରବ୍ରିଜ ତଳେ ସେମାନେ ପ୍ରାଣୀ ଚିକିତ୍ସିକାଙ୍କୁ ପୋଡି ମାରିଥିଲେ।

ଏ ନେଇ ପୁଲିସ ସେମାନଙ୍କୁ ଉକ୍ତ ସ୍ଥାନକୁ ନେଇ ତଦନ୍ତ କରିବାକୁ ଯାଇଥିଲା। ତେବେ ସେମାନେ ପୁଲିସ ହାତରୁ ଖସି ଯିବାକୁ ଉଦ୍ୟମ କରିଥିଲେ। ପୁଲିସ ବାଧ୍ୟ ହୋଇ ସେମାନଙ୍କୁ ଏନକାଉଣ୍ଟର କରିଥିଲା। ଘଟଣାସ୍ଥଳରେ ୪ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିବା ପୁଲିସ କମିସନର ସ୍ପଷ୍ଟ କରିଛନ୍ତି।
ତେବେ ଗତ ୨୭ ତାରିଖ ରାତିରେ ଅଭିଯୁକ୍ତମାନେ ଡାକ୍ତରାଣୀଙ୍କୁ ସ୍କୁଟର ଚକ ମରାମତି କରିବାରେ ବାହାନାରେ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ପରେ ତାଙ୍କୁ ପୋଡ଼ି ମାରିଦେଇଥିଲେ। ଇଟା ବୋଝେଇ ଟ୍ରକ୍‌ କର୍ମଚାରୀ ଆରିଫ ଓ ଶିବା ଏହି ଘଟଣାର ସୂତ୍ରଧର ବୋଲି ଜଣାପଡିଥିଲା ।