ଆତ୍ମହତ୍ୟା କଲେ ଡିଆଇଜିଙ୍କ ପତ୍ନୀ

ନୂଆଦିଲ୍ଲୀ, ଏଜେନ୍ସି: ଉତ୍ତରପ୍ରଦେଶର  ହାଥ୍‌ରସ ଗଣବଳାତ୍କାର ଓ ହତ୍ୟା ମାମଲାର  ତଦନ୍ତ କରୁଥିବା ପୁଲିସ ଡିଆଇଜି ଚନ୍ଦ୍ର ପ୍ରକାଶଙ୍କ ପତ୍ନୀ ପୁଷ୍ପା (୩୬) ଆତ୍ମହତ୍ୟା  କରିଥିବା ଜଣାପଡିଛି । ଲକ୍ଷ୍ନୌର ସୁଶାନ୍ତ ଗଲ୍ଫ ସିଟି ଅଞ୍ଚଳରେ ବାସ କରୁଥିବା ଡିଆଇଜିଙ୍କ ଘରେ ପୁଷ୍ପା ଶନିବାର ପୂର୍ବାହ୍ଣ ପ୍ରାୟ ୧୧ଟାରେ ଆତ୍ମହତ୍ୟା କରିଛନ୍ତି।  ହେଲେ ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି।