ଆଜି ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତ

ନୂଆଦିଲ୍ଲୀ, ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମବଙ୍ଗ ଓ ଆସାମ ଗସ୍ତ କରିବେ। ସେଠାରେ ୪୭୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ହଳଦିଆରେ ଏଲପିଜି ଟର୍ମିନାଲ ଓ ଫ୍ଲାଏ ଓଭର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ୨ଟି ମେଡିକାଲ କଲେଜ ଓ ହସ୍ପିଟାଲର ଭତ୍ତିପ୍ରସ୍ତର ସ୍ଥାପନ ହେବ। ପ୍ରତିମେଡିକାଲରେ ୫୦୦ ବେଡ୍ ଓ ହଜାରେ ଲେଖାଏଁ ଏମବିବିଏସ ସିଟ୍ ରହିବ।