Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଏଥର ଖଣ୍ଡଗିରିମେଳାରେ ଦେଖିବାକୁ ମିଳିବନି ଯାତ୍ରା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଏଥର ଖଣ୍ଡଗିରିମେଳାରେ ଦେଖିବାକୁ ମିଳିବନି ଯାତ୍ରା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଐତିହାସିକ ଖଣ୍ଡଗିରି ମେଳା ହେଉ, କିନ୍ତୁ କେବଳ ରୀତିନୀତି ଅନୁସାରେ ପାଳନ ହେଉ। ଯାତ୍ରା ନ ହେଉ। ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେଳା ହେଉ ବୋଲି ଚାହୁଁଛି, ହେଲେ ମେଳା ଆୟୋଜକମାନେ ଯେଉଁ ଯେଉଁ ଦାବିରଖିଛନ୍ତି; ସେଗୁଡ଼ିକ ପାଇଁ ଅନୁମତି ମିଳି ନ ପାରେ। ଖଣ୍ଡଗିରି ପାହାଡ଼ ପାଦଦେଶର ଅଧା ଅଞ୍ଚଳରେ ଏବେ ନିର୍ମାଣାଧୀନ ଓଭରବ୍ରିଜର ଅଂଶ ପଡ଼ିରହିଛି। ମେଳା ପରିସରରେ ଯାନିଯାତରା ଦୋକାନବଜାର ପାଇଁ ଅନୁମତି ଦେବା ଓ ତା’ର ନିୟନ୍ତ୍ରଣ କରିବାରେ ବହୁ ବାଧା ରହିଛି। ତେଣୁ ଆୟୋଜନର ସମସ୍ତ ଦିଗକୁ ଧ୍ୟାନରେ ରଖି ନିଷ୍ପତ୍ତି ନିଆଯିବ। ମେଳା ଆୟୋଜନ ହେବ କି ନାହିଁ ଓ ମେଳାରେ କ’ଣ କରିବାକୁ ଅନୁମତି ମିଳିବ ଓ କ’ଣ ପାଇଁ ରୋକ୍ ଲଗାଯିବ ସେନେଇ ରବିବାର ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ ଆଲୋଚନା ହେବ। ରବିବାର ଏନେଇ ଏସଆରସିଙ୍କ ସହ ଆଲୋଚନା ହେବା ପରେ ସୋମବାର ଖଣ୍ଡଗିରି କୁମ୍ଭମେଳା ନେଇ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।

ସୂଚନା ମୁତାବକ, ମେଳା ହେବା ନେଇ ବିଏମସି ଏକପ୍ରକାର ଚୁଡ଼ାନ୍ତ ନିଷ୍ପତ୍ତି ନେଇସାରିଛି। ଯାତ୍ରା ଆୟୋଜନ ଓ ଲାଗିବାକୁ ଥିବା ଦୋକାନ ବଜାର ପାଇଁ ଅଡ଼ୁଆ ତୁଟି ପାରୁନାହିଁ। ଏନେଇ ବିଭାଗୀୟ କର୍ତ୍ତୃପକ୍ଷ ସମସ୍ତ ଦିଗ ପ୍ରତି ଧ୍ୟାନ ଦେଇ ମେଳାପାଇଁ ଅନୁମତି ପାଇଁ ଫାଇଲ କମିଶନରଙ୍କୁ ପ୍ରଦାନ କରିଛନ୍ତି। ଏପରିକି ଶନିବାର କମିଶନର ମେଳା ପରିସର ବୁଲାବୁଲି କରିଥିବାବେଳେ ମେଳା ହେବା ଓ ନ ହେବା ନେଇ ବ୍ୟବସାୟୀଙ୍କ ମତାମତ ନେଇଛନ୍ତି। ଯେଉଁଥିରେ ବ୍ୟବସାୟୀଙ୍କ ମଧ୍ୟରେ ଦ୍ୱିମତ ପ୍ରକାଶ ପାଇଛି। କିଛି ବ୍ୟବସାୟୀ ମେଳା ଓ ମେଳା ପରିସରରେ ବସିବାକୁ ଥିବା ଦୋକାନବଜାର ଓ ମଞ୍ଚରେ ଯାତ୍ରା ପରିବେଷଣ ପାଇଁ ହଁ ଭରିଥିବାବେଳେ କିଛି ଲୋକ ‘କେବଳ ମେଳା ହେବା ଆବଶ୍ୟକ, ଯାତ୍ରା ଓ ଦୋକାନ ବଜାର ନ ବସିଲେ ଚଳିବ’ ବୋଲି ମତ ପ୍ରକାଶ କରିଥିବା ବିଏମସି କମିଶନର ଶ୍ରୀ ଚୌଧାରୀ କହିଛନ୍ତି।
ଅନ୍ୟପକ୍ଷେ ମେଳାରେ ଯାତ୍ରା ନ ହେଲା ନାହିଁ, କିନ୍ତୁ ୪୦୦ ଦୋକାନ ପଡ଼ୁ ବୋଲି ମେଳା ଆୟୋଜକ ଦାବି କରିଛନ୍ତି। ହେଲେ ଏବେ ଖଣ୍ଡଗିରି ପାହାଡ଼ ପାଦଦେଶରେ ଆବଶ୍ୟକୀୟ ସ୍ଥାନ ନ ଥିବା କାରଣରୁ ଭିଡ଼ ନିୟନ୍ତ୍ରଣ ସହ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରତି ବିଏମ୍ସି ଯତ୍ନ ନେବା କାଠିକର ପାଠହେବ ବୋଲି ବିଏମ୍ସି ବରିଷ୍ଠ ଅଧିକାରୀମାନେ ମତ ପ୍ରକାଶ କରିଛନ୍ତି। ମେଳା ପରିସରରେ ୨୦୦ ଦୋକାନ ରହିଲେ ଅନୁମତି ମିଳିପାରିବ ବୋଲି ବିଏମ୍ସି କମିଶନର ଶ୍ରୀ ଚୌଧାରୀ କହିଛନ୍ତି। କିନ୍ତୁ ମେଳା ଆୟୋଜକ ସର୍ବନିମ୍ନ ୪୦୦ ଦୋକାନୀଙ୍କୁ ସେଠାରେ ସ୍ଥାନ ଦେବାକୁ ଜିଦ୍ ଧରିଥିବାରୁ ସୋମବାର ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ଚୌଧାରୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ଗୁରୁବାର ମେଳା ଆୟୋଜକ ଖଣ୍ଡଗିରି କୁମ୍ଭମେଳା ଆୟୋଜନ ସହ ଅଞ୍ଚଳରେ ଯାତ୍ରାମଞ୍ଚ ଓ ମେଳା ପରିସରରେ ଦୋକାନବଜାର ପକାଇବା ପାଇଁ ବିଏମ୍ସିକୁ ଲିଖିତ ଦାବି ଜଣାଇଥିଲେ। ହେଲେ ମେଳାକୁ କେବଳ ରୀତିନୀତିରେ କରାଯିବା ସହ ଯାତ୍ରାରେ ୫୦୦ ଚେୟାର କରିବା ଓ ମେଳା ପରିସରରେ ୨୦୦ ଦୋକାନ ଲଗାଇବାକୁ ଅନୁମତି ମିଳିପାରିବ ବୋଲି ବିଏମ୍ସି ଆୟୋଜକଙ୍କୁ ରୋକ୍ଠୋକ୍ ଶୁଣାଇଦେଇଛି। ତା ସତ୍ତେ୍ୱ ମେଳା ଆୟୋଜକମାନେ ମେଳାପାଇଁ ଦେଇଥିବା ନିଜ ଦାବି ଅର୍ଥାତ୍ ମେଳା ପରିସରରେ ୪୦୦ଦୋକାନ ଓ ଯାତ୍ରା କରିବାକୁ ଅନୁମତି ସହ ଯାତ୍ରାମଞ୍ଚ ସ୍ଥଳରେ ୨୫୦୦ ଚେୟାର ପକାଇବା ଜିଦରେ ଅଟଳ ରହିଛନ୍ତି। ଆସନ୍ତା ୧୮ତାରିଖରେ ମାଘ ସପ୍ତାମୀ ହୋଇଥିବା ବେଳେ ବିଏମ୍ସି ନିଷ୍ପତ୍ତି ନେବାରେ ବିଳମ୍ବ କରୁଥିବାରୁ ଖଣ୍ଡଗିରି ଅଞ୍ଚଳରେ ଅସନ୍ତୋଷ ବୃଦ୍ଧିପାଉଥିବା ନଜରକୁ ଆସୁଛି। ଅନ୍ୟପକ୍ଷରେ ସୋମବାର ଚୁଡ଼ାନ୍ତ ନିଷ୍ପତ୍ତି ପରେ ମେଳା ପରିସରରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟ ତ୍ୱରାନ୍ୱିତ କରିବାପାଇଁ ବିଏମସି ପ୍ରସ୍ତୁତ ଥିବା ଜଣାପଡ଼ିଛି।