ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ହେବେ କଥାବାର୍ତା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫ୍ରେନ୍ସିଂ ଜରିଆରେ କରୋନାର ପ୍ରକୋପ ଓ ଲକ ଡାଉନ ସମ୍ପର୍କିତ ପରିସ୍ଥିତି ଉପରେ ଆଲୋଚନା କରିବେ । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତା କରିବେ ତଥା ଲକଡାଉନ୍ ସମୟରେ ରାଜ୍ୟଗୁଡିକର ସ୍ଥିତି ସମୀକ୍ଷା କରିବେ। ଏହି ସମୟ ମଧ୍ୟରେ ସେ କରୋନା ଭାଇରସ ମହାମାରୀ, କ୍ୱାରେଂଟାଇନ ସେଣ୍ଟରରେ ସଂକ୍ରମିତ ଲୋକଙ୍କ ଚିକିତ୍ସା ସମେତ ରାଜ୍ୟସ୍ତରୀୟ ପ୍ରସ୍ତୁତି ବିଷୟରେ ମଧ୍ୟ ଆଲୋଚନା କରିବେ। ଏହି ସଂକ୍ରାମକ ରୋଗରେ ପୀଡିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି, ରାଜ୍ୟଗୁଡିକ ଦ୍ୱାରା କେଉଁ ଚିକିତ୍ସା ପ୍ରସ୍ତୁତି କରାଯାଇଛି ଏବଂ କେତେ କ୍ୱାରେଂଟାଇନ ସେଣ୍ଟର ପ୍ରତିଷ୍ଠା କରାଯାଇଛି, ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ପଚାରି ବୁଝିବେ ।