କରୋନା ମୁକାବିଲା ପାଇଁ ଜି-୨୦ ସମ୍ମିଳନୀ, ଭିଡ଼ିଓ କନଫରେନସିଂରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: କରୋନା ଭାଇରସ ମୁକାବିଲା ପାଇଁ ଆଜି ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକରେ ଯୋଗଦେବେ। କରୋନା ଭାଇରସର ମୁକାବିଲା ଏବଂ ଅର୍ଥନୀତି ଉପରେ ଏହାର ପ୍ରଭାବ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଏହି ବୈଠକରେ ଆଲୋଚନା କରିବେ।

କରୋନା ମୁକାବିଲା ପାଇଁ ଜି-୨୦ ରାଷ୍ଟ୍ର ସମୁହ କୌଣସି ପ୍ୟାକେଜ ଘୋଷଣା କରିବା ସମ୍ଭାବନା ରହିଛି। ରିଆଦରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ସାଉଦି ଆରବ କ୍ରାଉନ୍‌ ପ୍ରିନ୍‌ସ ଅଧ୍ୟକ୍ଷତା କରିବେ।