ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ,ଏଜେନ୍ସି, ୨୧ ଜୁନ୍କୁ ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସ ପାଳନ ହେବ। ଏହି ଦିବସରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିବେ। ଏଥର ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସର ଥିମ୍ ‘କଲ୍ୟାଣ ପାଇଁ ଯୋଗ’ ରଖାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ସକାଳ ୬.୩୦ରେ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। ମୋଦି ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଆୟୁଷ ମନ୍ତ୍ରାଳୟ ଯିଏ କି ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସ ପାଇଁ ନୋଡାଲ ମନ୍ତ୍ରାଳୟ ଏକ ବୟାନରେ କହିଛି ଯେ, ସୋମବାରକୁ ସବୁ ଦୂରଦର୍ଶନ ଚାନେଲ୍ରେ ସକାଳ ୬.୩୦ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ ଆୟୁଷ ରାଜ୍ୟ ମନ୍ତ୍ରୀ କିରେନ୍ ରିଜିଜୁଙ୍କ ସମ୍ବୋଧନ ଓ ମୋରାଜି ଦେଶାଇ ରାଷ୍ଟ୍ରୀୟ ଯୋଗ ସଂସ୍ଥାନ ଦ୍ୱାରା ଏକ ଲାଇଭ୍ ଯୋଗ ପ୍ରଦର୍ଶନ ବି ସାମିଲ ହେବ।