ଷ୍ଟାଡିୟମରେ ଫାଇନାଲ ମୁକାବିଲା ଦେଖିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ହେବାକୁ ଥିବା ୱାର୍ଲ୍ଡକପ ଫାଇନାଲ ମୁକାବିଲା ଲାଗି ଷ୍ଟାଡିୟମରେ ଉପସ୍ଥିତ ରହିବେ । ମୋଦୀ ରବିବାର ସଂଧ୍ୟାରେ ଅହମ୍ମଦାବାଦ ପହଞ୍ଚିବେ । ସେ ଅହମ୍ମଦାବାଦ କ୍ରିକେଟ ଷ୍ଟାଡିୟମ ପହଞ୍ଚି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଫାଇନାଲ ମୁକାବିଲା ଦେଖିବେ । ଏହି ସମରେ ୨ କିମ୍ବା ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ । ମୋଦୀଙ୍କ ରବିବାର ହେବାକୁ ଥିବା ଗୁଜରାଟ ଗସ୍ତର କାର୍ଯ୍ୟସୂଚୀ ଜାରୀ ହୋଇଯାଇଛି ।

ପ୍ରଧାନମନ୍ତ୍ରୀ ମୋଦୀ ସଂଧ୍ୟା ୪ଟା ୩୦ରୁ ୫ଟା ମଧ୍ୟରେ ଅହମ୍ମଦାବାଦ ଏୟାରପୋର୍ଟ ପହଞ୍ଚିବେ । ମୋଦୀ ଏହାପୂର୍ବରୁ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜସ୍ଥାନର ତାରାନଗର ଓ ଝୁଁଝୁନୁରେ ଏକ ସଭାକୁ ସମ୍ବୋଧିତ କରିବେ । ସେଠାରୁ ସିଧାସଳଖ ଗୁଜରାଟ ଅଭିମୁଖେ ବାହାରିବେ । ଏୟାରପୋର୍ଟରୁ ରାଜଭବନ ଯିବେ । ସେଠାରେ ମୋଦୀଙ୍କ ସ୍ୱାଗତ ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଉପସ୍ଥିତ ରହିବେ । ସଂଧ୍ୟା ୫ଟା ପରେ କୌଣସି ବି ସମୟରେ ଯାଇ ‘ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମ’ରେ ପହଞ୍ଚିବେ । ମ୍ୟାଚ ପରେ ମୋଦୀ ପୁଣିଥରେ ରାଜଭବନ ଯିବେ । ସେଠାରେ ଭୋଜନ କରି ରାତ୍ରିଯାପନ କରିବେ । ଏହାସହ ସୋମବାର ସକାଳୁ ନିର୍ବାଚନ ପ୍ରଚାର ଲାଗି ମୋଦୀ ଗୁଜରାଟରୁ ରାଜସ୍ଥାନ ଗସ୍ତ କରିବେ ।